ETV Bharat / state

କୋରୋନା ରୋଗୀଙ୍କ ପାଇଁ ନାଚିଲେ ସ୍ବାସ୍ଥ୍ୟକର୍ମୀ - ବଲାଙ୍ଗୀର କିମ୍ସ ମେଡିକାଲ ଡାକ୍ତରଙ୍କ ନୃତ୍ୟ ଭାଇରାଲ

କୋରୋନା ରୋଗୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାରେ ସ୍ବାସ୍ଥ୍ୟକର୍ମୀ ମାନେ ନୃତ୍ୟ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ପାଇଁ ନାଚୁଛନ୍ତି ସ୍ବାସ୍ଥ୍ୟକର୍ମୀ...

author img

By

Published : Jun 12, 2021, 9:58 PM IST

ବଲାଙ୍ଗୀର: ସଙ୍ଗୀତର ତାଳେ ତାଳେ ଚାଲିଛି ନୃତ୍ୟ। ଏ କୌଣସି ସାଧାରଣ ଲୋକଙ୍କ ନୃତ୍ୟ ନୁହେଁ । ଏହି ଭିଡିଓରେ ଆପଣ ଯାହାଙ୍କୁ ଦେଖୁଛନ୍ତି ସେ ଖୋଦ ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ । ଯିଏ ମେଡିକାଲ ପରିସରରେ ପିପିଇ କିଟ୍ ପିନ୍ଧି ନୃତ୍ୟ କରୁଛନ୍ତି । ଏ ହେଉଛି ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାର ଦୃଶ୍ୟ।

କୋରୋନା ରୋଗୀଙ୍କ ପାଇଁ ନାଚୁଛନ୍ତି ସ୍ବାସ୍ଥ୍ୟକର୍ମୀ...

ଏଠାକାର ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନୃତ୍ୟ କରି କୋରୋନା ରୋଗୀଙ୍କ ମନୋବଳ ବଢାଉଛନ୍ତି । ଯାହା ଫଳରେ ଡାକ୍ତରମାନଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ପୂର୍ବରୁ ମଧ୍ୟ ଏଠାରେ ଜଣେ 93 ବର୍ଷୀୟ କୋରୋନା ରୋଗୀଙ୍କ ଜନ୍ମଦିନ ପାଳନ କରି ଏମାନେ ଚର୍ଚ୍ଚାରେ ଆସିଥିଲେ। ସେହିପରି ଉତ୍ତମ ସେବାର ଉଦାହରଣ ଦେଇ ଏମାନେ ରୋଗୀଙ୍କ ଖିଅର କରି ମଧ୍ୟ ଚର୍ଚ୍ଚାରେ ଆସିଥିବା ବେଳେ ଏବେ ଏହି ନୃତ୍ୟ କରି ପୁଣି ଏହି ଡାକ୍ତରଖାନା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.