ETV Bharat / state

ITI ଛାତ୍ର ମୃତ୍ୟୁ ଘଟଣା, ତଦନ୍ତ ଦାବି କଲା ପରିବାର

author img

By

Published : May 26, 2022, 9:56 AM IST

ବଲାଙ୍ଗୀର ITI ଛାତ୍ର ଦିପନ ପ୍ରଧାନ ମୃତ୍ୟୁ ଘଟଣାରେ ହତ୍ୟାର ଅଭିଯୋଗ ଆଣି ତଦନ୍ତ ଦାବି କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ITI Student Dead: ତଦନ୍ତ ଦାବି କଲେ ପରିବାର
ITI Student Dead: ତଦନ୍ତ ଦାବି କଲେ ପରିବାର

ବଲାଙ୍ଗୀର: ବଲାଙ୍ଗୀର ITI ଛାତ୍ର ଦିପନ୍ ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକ ପ୍ରଥମରୁ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଏହାର ସଠିକ୍ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ତେବେ ଗତ ୭ ତାରିଖରେ ବଲାଙ୍ଗୀର ଗନ୍ଧମାର୍ଦନ ଆଇଟିଆଇ କଲେଜର ଛାତ୍ର ଦୀପନ୍ ପ୍ରଧାନ ପ୍ରଥମେ ନିଖୋଜ ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ବଲାଙ୍ଗୀର କୁସମେଲ୍ ଗ୍ରାମର ଏକ ପୋଖରୀରୁ ଉଦ୍ଧାର ହୋଇଥିଲା ।

ITI Student Dead: ତଦନ୍ତ ଦାବି କଲେ ପରିବାର

ସେପଟେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ପରିବାର ଲୋକେ ସେତେବେଳେ ହତ୍ୟା ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଅର ସେହି ଗ୍ରାମର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିବାରୁ ଝିଅ ଘର ଲୋକେ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆଣିଥିଲେ ପରିବାର । ହେଲେ ଏହି ଘଟଣାକୁ ଆଜି ୧୮ ଦିନ ବିତିଥିବା ବେଳେ ପୋଲିସ୍ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନେଉ ନଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେହିପରି ଏକ ସାମ୍ବାଦିକ ସମ୍ମିଳନୀରେ ପରିବାର ଲୋକେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ୍ ଏହାକୁ ଏକ ଆତ୍ମହତ୍ୟା ରୂପ ଦେଇ ଚୁପ୍ ବସିଥିବାର ସେମାନେ କହିଛନ୍ତି । ତେବେ ସେମାନେ ଏହି ଘଟଣାରେ ଦୋଷୀକୁ ଗିରଫ କରି ତାଙ୍କୁ ନ୍ୟାୟ ଦେବା କଥା କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.