ETV Bharat / state

ମିଳୁନି ଉପଯୁକ୍ତ ଚିକିତ୍ସା ସୁବିଧା, ବାହାର ରାଜ୍ୟ ମୁହାଁ ବଲାଙ୍ଗୀରବାସୀ - ଚିକିତ୍ସା ପାଇଁ ବାହାର ରାଜ୍ୟ ମୁହାଁ

ଅଭିଜ୍ଞ ଡାକ୍ତର ନଥିବା ହେତୁ ଲୋକେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନଥିବାର ଅଭିଯୋଗ ହୋଇଛି । ଏଥିପାଇଁ କୋରୋନା ରୋଗୀ ବାହାର ରାଜ୍ୟ ତଥା ରାୟପୁର, ଆନ୍ଧ୍ରା ଓ ହାଇଦ୍ରାବାଦ ଯାଉଥିବାର ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

କୋରୋନା ଚିକିତ୍ସା ପାଇଁ ବାହାର ରାଜ୍ୟ ମୁହାଁ ବଲାଙ୍ଗୀରବାସୀ

author img

By

Published : Oct 4, 2020, 2:55 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଏଠିକାର ଚିକିତ୍ସା ବ୍ୟବସ୍ଥାକୁ ଭରସା ନକରି ରୋଗୀ ଏବେ ବାହାର ରାଜ୍ୟ ମୁହାଁ ହେଉଛନ୍ତି । ଯାହା ଏଠିକାର ବ୍ୟବସ୍ଥାର ସତକୁ କରିଛି ଉଜାଗର ।

କୋରୋନା ଚିକିତ୍ସା ପାଇଁ ବାହାର ରାଜ୍ୟ ମୁହାଁ ବଲାଙ୍ଗୀରବାସୀ

ବଲାଙ୍ଗୀରରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଏଠିକାର ଚିକିତ୍ସା ବ୍ୟବସ୍ଥାକୁ ଭରସା ନକରି ରୋଗୀ ଏବେ ବାହାର ରାଜ୍ୟ ମୁହାଁ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଦୈନିକ ଶହେରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ଏବଂ ଏଭଳି ସମୟରେ ରୋଗୀଙ୍କୁ ଚିକିତ୍ସା ଠିକରେ ମିଳୁ ନଥିବାର ହୋଇଛି ଅଭିଯୋଗ। ଏଠି ମେଡିକାଲ୍ କଲେଜ୍ , କିମ୍ସ କୋଭିଡ ଡାକ୍ତରଖାନା ସହ କିଛି କୋଭିଡ କେୟାର ସେଣ୍ଟର ରହିଛି। ହେଲେ ସେହି ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତର ନଥିବା ହେତୁ ଲୋକେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନଥିବାର ଅଭିଯୋଗ ହୋଇଛି। ଏବଂ ଏଥିପାଇଁ ରୋଗୀ ବାହାର ରାଜ୍ୟ ରାୟପୁର, ଆନ୍ଧ୍ରା ଓ ହାଇଦ୍ରାବାଦ ଯାଉଥିବାର ଦେଖିବାକୁ ମିଳୁଛି ।

ଅନ୍ୟପଟେ କିନ୍ତୁ ଜିଲ୍ଲା ପ୍ରଶାସନ କୋଭିଡ ପରିଚାଳନା ଠିକ୍ ଠାକ୍ ଚାଲିଥିବାର କହିଛନ୍ତି। ଏହି ଗୋଟିଏ ସପ୍ତାହରେ 9ହଜାର 5 ଶହ ଟେଷ୍ଟ ହୋଇଥିବା ବେଳେ ସଂକ୍ରମଣ ପାଞ୍ଚ ପ୍ରତିଶତ ଥିବାର ପ୍ରଶାସନ କହିଛି। ସମାନ ଭାବରେ ଘରକୁ ଘର ସର୍ଭେ ହୋଇ ଏଯାଏଁ 25 ହଜାର ଘରକୁ ଯାଇ ସର୍ଭେ ସାରିଥିବା ବେଳେ ଏକ ଲକ୍ଷ 67ହଜାର ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହୋଇଥିବାର କହିଛି। ଚିକିତ୍ସା କ୍ଷେତ୍ରରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ 20 ଆଇସିୟୁ ଓ କିମ୍ସ କୋଭିଡ଼ ଡାକ୍ତରଖାନାରେ ମଧ୍ୟ 20 ଶଯ୍ୟା ଆଇସିୟୁ ବ୍ୟବସ୍ଥା କରାଯାଇଥିବା କହିଛି।

ବଲାଙ୍ଗୀର ଜିଲ୍ଲାରେ ବ୍ୟବସ୍ଥା ଥିଲେ ମଧ୍ୟ ଅଭିଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଚିକିତ୍ସା ପାଇଁ ଲୋକେ ବାହାର ରାଜ୍ୟ ମୁହାଁ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏବଂ ଏହାର ସମାଧାନ ଦାବି ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.