ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଶାସନର ଖାମ ଖିଆଲି ଆଚରଣ ଯୋଗୁଁ ତଥ୍ୟ ଏପଟ ସେପଟ ହେବାରୁ ହଇରାଣରେ ପଡିଛନ୍ତି ଚାଷୀ । ଏଭଳି ଅଭିଯୋଗ ଆସିଛି ବାହାଲ ବୁକା ଗ୍ରାମରୁ । ଭୁଲ ତଥ୍ୟ ଏଣ୍ଟ୍ରି ଯୋଗୁଁ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ । ଶୀଘ୍ର ଏହାକୁ ଠିକ କରିବା ସହ ବୀମା ଟଙ୍କା ପ୍ରଦାନ ଦାବି କରିଛନ୍ତି ।
ପ୍ରଶାସନର ଖାମ ଖିଆଲି ପାଇଁ ହନ୍ତସନ୍ତ ଚାଷୀ ଏଭଳି ଅଭିଯୋଗ ଆସିଛି ବାହାଲ ବୁକା ଗ୍ରାମରୁ । ତେବେ ପ୍ରଥମରୁ ଏହି ଗ୍ରାମ ବୁବେଳ ପଞ୍ଚାୟତରେ ଅନ୍ତର୍ଭୁକ୍ତ ହୋଇଆସୁଥିଲା । ଏବଂ ଏହି 2018- 19 ବର୍ଷରେ ଚାଷୀ ଫସଲ ବୀମା ମଧ୍ୟ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଗାଁ ରଣ୍ଡା ପଞ୍ଚାୟତରେ ଅନ୍ତର୍ଭୂକ୍ତ ହୋଇଥିବା ବେଳେ ଭୁଲ ତଥ୍ୟ ଏଣ୍ଟ୍ରି ତଥା ତଥ୍ୟ ଏପଟ ସେପଟ ହେବା ଯୋଗୁ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଛ୍ୱନ୍ତି ଚାଷୀ । ଏବଂ ଏହାକୁ ଭିତ୍ତିକରି ଏହି ଗ୍ରାମସର ଶତାଧିକ ଚାଷୀ ଆଜି(ଶନିବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ତେବେ ଶୀଘ୍ର ଏହାକୁ ଠିକ କରିବା ସହ ବୀମା ଟଙ୍କା ପ୍ରଦାନ ଦାବି କରିଛନ୍ତି ଚାଷୀ । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଏମାନେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ