ETV Bharat / state

Fake Certificate Racket: ଡାକ ବିଭାଗରେ କ୍ରାଇମବ୍ରାଞ୍ଚର ଖୋଳତାଡ - ଜାଲ ସାର୍ଟିଫିକେଟ ମାମଲା

ଜାଲ ସାର୍ଟିଫିକେଟ ମାମଲାରେ ଡାକ ବିଭାଗକୁ ଯାଇ ତଦନ୍ତ କଲା କ୍ରାଇମବ୍ରାଞ୍ଚ । 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ । ଅଧିକ ପଢନ୍ତୁ

Fake Certificate Racket
Fake Certificate Racket
author img

By

Published : Apr 6, 2023, 9:39 AM IST

Fake Certificate Racket

ବଲାଙ୍ଗୀର: ଜାଲ ସାର୍ଟିଫିକେଟ ରାକେଟ ନେଇ ବଲାଙ୍ଗୀରେ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ତଦନ୍ତର ଚତୁର୍ଥ ଦିନରେ ଜିଲ୍ଲାର ମୁଖ୍ୟ ଡାକ ବିଭାଗରୁ ସବିଶେଷ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ । ସେଠାକାର ଅଧିକାରୀ ଓ ଅଧିକ୍ଷକଙ୍କ ସହ ଏହାକୁ ନେଇ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇଥିଲା । ସେହିପରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ମଙ୍ଗଳବାର ବଲାଙ୍ଗୀର ଏସଡିଜେ ଏମ କୋର୍ଟରେ ଆବେଦନ କରିଥିଲା । ତେବେ କୋର୍ଟ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା ସହିତ ଦୁଇ ସାର୍ଟିଫିକେଟ ଧାରୀଙ୍କୁ ତିନି ଦିନିଆ ରିମାଣ୍ଡକୁ ମଞ୍ଜୁର କରିଥିଲେ । ତିନି ଦିନ ଧରି ଏହି ଚାରି ଅଭିଯୁକ୍ତଙ୍କୁ ଜାଲ ସାର୍ଟିଫିକେଟ ରାକେଟ ବାବଦରେ ପଚରାଉଚରା କରାଯିବ ।

ବୁଧବାର କ୍ରାଇମବ୍ରାଞ୍ଚ ଏହି ଚାରି ଜଣଙ୍କୁ ଜିଲ୍ଲା ମୁଖ୍ୟ କାରାଗାରରୁ ନିଜ ହେପାଜତକୁ ନେଇଥିଲା କ୍ରାଇମବ୍ରାଞ୍ଚ । ଏମାନଙ୍କୁ ବଲାଙ୍ଗୀର ରିଜର୍ବ ପୋଲିସ ବାରାକରେ ରଖି କ୍ରାଇମବ୍ରାଞ୍ଚ ଅଧିକ ପଚରାଉଚରା କରିବ । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ତଥା ଆଲୋକ ଉଦଗାତା କେମିତି ଏହି ଧନ୍ଦା ଆଠ ବର୍ଷ ହେଲା ଚାଲୁ ରଖିଥିଲେ ତାହାର ଖିଅ ଖୋଜିବ କ୍ରାଇମବ୍ରାଞ୍ଚ ଟିମର ସଦସ୍ୟ । ଦୁଇ ସାର୍ଟିଫିକେଟ ଧାରୀ ଓ ମୁଖ୍ୟ ଅଭିଯୁକ୍ତକୁ ସାମ୍ନାସାମ୍ନୀ ଜେରା କରାଯିବ ବୋଲି ସୂଚନା ମିଳିଛି । ତେବେ କିପରି ଏହି ରାକେଟ କେଉଁ କେଉଁ ରାଜ୍ୟରେ ସକ୍ରିୟ ଥିଲା ? କେତେ ଲୋକ ଏଠୁ ଜାଲ ସାର୍ଟିଫିକେଟ କିଣିଛନ୍ତି ? ଏହା ମଧ୍ୟରେ କିଏ ଏମାନଙ୍କର ଦଲାଲ ଥିଲେ ଏବଂ ଏଥିରେ କେମିତି କୋଟି କୋଟି ଟଙ୍କାର କାରବାର ହେଉଥିଲା ତାର ତଦନ୍ତ କରାଯିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ବୁଧବାର କ୍ରାଇମବ୍ରାଞ୍ଚ ଓ ସିଆଇଡି ଆଇଜି ଅମିତେନ୍ଦ୍ର ନାଥ ସିନହା ବଲାଙ୍ଗୀରରେ ପହଞ୍ଚି ଏସପି ନିତିନ କୁସଲକରଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ପୂର୍ବରୁ ତଦନ୍ତ ଦାୟିତ୍ୱ ନେଇଥିବା ପୋଲିସ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ତଦନ୍ତରେ ପ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଏହାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ଆଲୋଚନା ହୋଇଛି । ସେହିପରି ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଓ ସିଆଇଡ଼ି ଆଇଜି ଉପସ୍ଥିତ ରହିବେ ଓ ତାଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନର ତଦନ୍ତ ହେବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ କୁହାଯାଇଛି । ପୂର୍ବରୁ ବଲାଙ୍ଗୀରକୁ କ୍ରାଇମବ୍ରାଞ୍ଚର ଏକ ଟିମ ଆସି ତଦନ୍ତ ଆରମ୍ଭ କରିଛନ୍ତି । କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରଣୀ ପଣ୍ଡାଙ୍କ ନେତୃତ୍ବରେ ଆଉ ଏକ ଟିମ ଗତକାଲି ପହଞ୍ଚିଥିଲା । ଏହି ଟିମ ପୂର୍ବ କ୍ରାଇମବ୍ରାଞ୍ଚ ଟିମକୁ ସହଯୋଗ କରିବ ବୋଲି ଜଣାପଡ଼ିଛି ।

ତେବେ ବଲାଙ୍ଗୀର ଡାକ ବିଭାଗରୁ ଧରା ପଡିଥିବା ଏହି ଜାଲ ସାର୍ଟିଫିକେଟ ମାମଲା ଏବେ ଜଟିଳ ହେବାରେ ଲାଗିଛି । ପୂର୍ବରୁ ଏଥିରେ 37 ଜଣଙ୍କର ଜାଲ ସାର୍ଟିଫିକେଟ ଥିବାର ଧରା ପଡିଥିବା ବେଳେ ଏବେ ଏହାର ସଂଖ୍ୟା ହଜାର ଟପିଲାଣି । ଜିଲ୍ଲାର ସବୁ ବିଭାଗରେ ଅନେକ ଏହି ଜାଲ ସାର୍ଟିଫିକେଟରେ ଚାକିରି କରୁଥିବାର ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି । ତେବେ ଏହାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦଗାତାକୁ ଗିରଫ କରିବା ପରେ ତାଙ୍କଠୁ ଜବତ 5 ହଜାରରୁ ଉର୍ଦ୍ଧ୍ବ ଜାଲ ସାର୍ଟିଫିକେଟ ସମସ୍ତଙ୍କୁ ଚକିତ କରିଥିଲା । ଦୀର୍ଘ ଆଠ ବର୍ଷ ହେବ ଏହି କାରବାର କରୁଥିଲେ ଅଭିଯୁକ୍ତ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.