ETV Bharat / state

ପାଞ୍ଚ କାର୍ଯ୍ୟରତ ସାମ୍ବାଦିକଙ୍କ ଗିରଫକୁ ବଲାଙ୍ଗୀର ସାମ୍ବାଦିକ ସଂଘର ନିନ୍ଦା - ବଲାଙ୍ଗୀର ସାମ୍ବାଦିକ ସଂଘ

ମାଲକାନଗିରିର ପାଞ୍ଚ ଜଣ ସାମ୍ବାଦିକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବଲାଙ୍ଗୀରରେ ସାମ୍ବାଦିକ ସଂଗଠନଙ୍କର ପ୍ରତିବାଦ। ସାମ୍ବାଦିକଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର ଦାବି କରିଛି ସାମ୍ବାଦିକ ସଂଘ । ଅଧିକ ପଢନ୍ତୁ

Balangir district journalist association protest against midnight arrest of five journalists in Malkangiri
ବଲାଲାଙ୍ଗୀର ସାମ୍ବାଦିକ ସଂଘର ମାଲକାନଗିରି ପୋଲିସର ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦ
author img

By

Published : Dec 23, 2021, 9:41 PM IST

ବଲାଙ୍ଗୀର: ମାଲକାନଗିରିର ପାଞ୍ଚ ଜଣ ସାମ୍ବାଦିକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବଲାଙ୍ଗୀରରେ ସାମ୍ବାଦିକ ସଂଗଠନ ମାନଙ୍କର ପ୍ରତିବାଦ । ସାମ୍ବାଦିକଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର ଦାବି କରିଛି ସାମ୍ବାଦିକ ସଂଘ । ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲାରେ ସାମ୍ବାଦିକ ସଂଗଠନ ଓ ଜିଲ୍ଲା ସାମ୍ବାଦିକ ସଂଗଠନମାନେ ରାସ୍ତାକୁ ଓହ୍ଲାଇଥିଲେ ।

ପାଞ୍ଚ କାର୍ଯ୍ୟରତ ସାମ୍ବାଦିକଙ୍କ ଗିରଫକୁ ବଲାଲାଙ୍ଗୀର ସାମ୍ବାଦିକ ସଂଘର ନିନ୍ଦା

କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଭିନ୍ନ ମାମଲାରେ ଗିରଫ କରିଥିଲା ମାଲକାନଗିରି ପୋଲିସ୍‌ । ସେହିପରି ସାମ୍ବାଦିକଙ୍କ ଏତଲାକୁ ପୋଲିସ୍ ଗ୍ରହଣ କରି ନ ଥିବାର ଅଭିଯୋଗ ହୋଇଛି । ଯାହା ଅତି ଗୁରୁତର ବିଷୟ ହୋଇଥିବାବେଳେ ସାମ୍ବାଦିକଙ୍କ କଣ୍ଠରୋଧ କରାଯାଉ ଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: ତୋଷାଳୀ ମହୋତ୍ସବ ଉଦଘାଟିତ, ପାରମ୍ପାରିକ ଆଦିବାସୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ସାମ୍ବାଦିକ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି। କଣ୍ଟାବାଞ୍ଜି ପ୍ରେସ କ୍ଲବ୍‌ର ସବୁ ସଦସ୍ୟ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ସମାନ ଭାବରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ମଧ୍ୟ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେବା ସହ ମାମଲା ପ୍ରତ୍ୟାହାର ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ ସାମ୍ବାଦିକ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.