ETV Bharat / state

ବଲାଙ୍ଗୀର ଓକିଲ ସଙ୍ଘର ଚେତାବନୀ, ଆଗକୁ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ହେବ ତୀବ୍ର - ଓକିଲ ସଙ୍ଘ ବଲାଙ୍ଗୀର

ଆଗକୁ ବଲାଙ୍ଗୀରରେ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ତୀବ୍ରତର କରାଯିବା ନେଇ ସୂଚନା ଦେଲା ଜିଲ୍ଲା ଓକିଲ ସଂଙ୍ଘ । ଅଧିକ ପଢନ୍ତୁ...

ବଲାଙ୍ଗୀର ଓକିଲ ସଙ୍ଘର ଚେତାବନୀ, ଆଗକୁ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ହେବ ତୀବ୍ର

author img

By

Published : Dec 17, 2020, 8:07 PM IST

ବଲାଙ୍ଗୀର: ଆଗକୁ ସ୍ଥାୟୀବେଞ୍ଚ ଆନ୍ଦୋଳନ ତୀବ୍ର ଓ ନୂଆ ରୂପରେଖରେ ହେବ ବୋଲି କହିଛନ୍ତି ନବ ନିର୍ବାଚିତ ସଦସ୍ୟ। । ଜିଲ୍ଲା ଓକିଲ ସଂଘ ନିର୍ବାଚନ ସରିବା ପରେ ଏନେଇ ସ୍ପଷ୍ଟ କରାଯାଇଛି । ଏଥିରେ ନିର୍ବାଚିତ ହୋଇଥିବା ନୂଆ କର୍ମକର୍ତ୍ତାମାନେ ବିଭିନ୍ନ ସମସ୍ୟା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ବଲାଙ୍ଗୀର ଓକିଲ ସଙ୍ଘର ଚେତାବନୀ, ଆଗକୁ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ହେବ ତୀବ୍ର

ତେବେ ଆଜି(ଗୁରୁବାର) ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପରେ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛି ଓକିଲ ସଂଘ । ଯେଉଁଥିରେ ଆଗକୁ ଏମାନେ ଜିଲ୍ଲାର ବିଭିନ୍ନ ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି । ଜିଲ୍ଲାରେ ପାନୀୟଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା, ଷ୍ଟାମ୍ପ ପେପର କଳାବଜାରୀ, କୋର୍ଟ ଫି ଟିକଟ ସମସ୍ୟାକୁ ନେଇ ଏମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ସମାନ ଭାବରେ ଦୀର୍ଘଦିନରୁ ଚାଲି ଆସିଥିବା ହାଇକୋର୍ଟ ସ୍ଥାୟୀବେଞ୍ଚ ଆନ୍ଦୋଳନ ମଧ୍ୟ ନୂଆ ରୂପରେଖରେ ହେବ ବୋଲି ଏମାନେ କହିଛନ୍ତି । ଯେଉଁଥିରେ କୋର୍ଟ କାର୍ଯ୍ୟକୁ ବାଧା ନଦେଇ କୋର୍ଟ ବନ୍ଦ ନ କରି ଏହି ଆନ୍ଦୋଳନ ନୂଆ ଢଙ୍ଗରେ ତୀବ୍ରତର ହେବ ବୋଲି କୁହାଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.