ETV Bharat / state

ଆସନ୍ତାକାଲି ବଲାଙ୍ଗୀରରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ - ବଲାଙ୍ଗୀର ବଣିକ ସଙ୍ଘ

ଜିଏସଟି ସରଳୀକରଣ ଦାବିରେ ଆସନ୍ତାକାଲି ବଲାଙ୍ଗୀରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଅଧିକ ପଢନ୍ତୁ...

ଜିଏସଟି ସରଳୀକରଣ ଦାବିରେ ଆସନ୍ତାକାଲି ବଲାଙ୍ଗୀର ବନ୍ଦ

author img

By

Published : Feb 25, 2021, 9:03 PM IST

ବଲାଙ୍ଗୀର: ଜିଏସଟି ସରଳୀକରଣ ଦାବିରେ ଦେଶର ବିଭିନ୍ନ ସଙ୍ଘ ତଥା ସର୍ବଭାରତୀୟ ଟ୍ରେଡର ସାମୁଖ୍ୟ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାକୁ ବଲାଙ୍ଗୀର ବଣିକ ସଙ୍ଘ ସମର୍ଥନ କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ଶୁକ୍ରବାର) ବଲାଙ୍ଗୀର ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି ।

ଜିଏସଟି ସରଳୀକରଣ ଦାବିରେ ଆସନ୍ତାକାଲି ବଲାଙ୍ଗୀର ବନ୍ଦ

ତେବେ ଏହି ବନ୍ଦ ମଧ୍ୟରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ସବୁ ଖୋଲା ରହିବା ସହ ଗାଡି ଚଳାଚଳ ମଧ୍ୟ ସ୍ବାଭାବିକ ରହିବ । ଆସନ୍ତାକାଲି ଜିଲ୍ଲାରେ କେବଳ ସକାଳ 6ଟାରୁ ରାତ୍ର 9ଟା ପର୍ଯ୍ୟନ୍ତ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ବଣିକ ସଙ୍ଘ ଜଣାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.