ETV Bharat / state

ମମିତା ମେହେର ହତ୍ୟାକାଣ୍ଡ: ଗୋବିନ୍ଦ ଡ୍ରାଇଭର ରାଧେ ଗିରଫ

author img

By

Published : Oct 21, 2021, 6:38 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜେସିବି ଡ୍ରାଇଭର ବୋଲି ସୂଚନା । ଗିରଫ ପରେ JMFC କୋର୍ଟରେ ହାଜର କଲା ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ..

mamita
ମମିତା ମେହେର ହତ୍ୟାକାଣ୍ଡ, ଆଉ ଜଣେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଅଭିଯୁକ୍ତ ଜଣଙ୍କ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଜେସିବି ଡ୍ରାଇଭର ରାଧେ ବୋଲି ସୂଚନା ରହିଛି । ଆଜି ରାଧେକୁ ଗିରଫ କରିବା ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ ।

ପୂର୍ବରୁ ପୋଲିସ୍ ଏହି ମାମଲାରେ ୩ ସନ୍ଧିଗ୍ଧ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ଯେଉଁଥିରେ ଜେସିବି ଡ୍ରାଇଭର ରାଧେ, ସହଯୋଗୀ ପୁଷ୍ପ ଭୋଇ ଓ ଷ୍ଟାଡିୟମ୍ ମୁନସୀ ତଥା ଅଭିଯୁକ୍ତ ଗୋବିନ୍ଦର କାର ଡ୍ରାଇଭର ମଧ୍ୟ ରହିଥିଲେ । ତେବେ ଆଜି ସହଯୋଗୀ ରାଧେ ବିରୋଧରେ ଘଟଣାରେ ସମ୍ପୃକ୍ତ ଥିବାନେଇ ବଳିଷ୍ଠ ପ୍ରମାଣ ମିଳିବା ପରେ ପୋଲିସ ତାକୁ ଗିରଫ କରି ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଛି । ତେବେ ରାଧେ ମମିତା ମେହେର ହତ୍ୟାକାଣ୍ଡରେ କେମିତି ସମ୍ପୃକ୍ତ ଥିଲା, ତାହା ସ୍ପଷ୍ଟ କରି ନଥିବାବେଳେ ହତ୍ୟାରେ ସାମିଲ ଥିବା ସୂଚନା ଦେଇଛି ପୋଲିସ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.