ETV Bharat / state

ମିଳିମିଶି ଖାଇଗଲେ କୋଟିଏ ଟଙ୍କାର ମଧ୍ୟାହ୍ନ ଭୋଜନ

ବସ୍ତା ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ହୋଇଛି ହଡ଼ପ । ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ମଧ୍ୟାହ୍ନ ଭୋଜନ ଖାଇଗଲେ ବଡ ବାବୁ ମାନେ । ହଜାର କି ଦୁଇ ହଜାର ନହେଁ କୋଟି କୋଟି ଚଙ୍କାର ଚାଉଳ ହୋଇଛି ହଡପ । ବଲାଙ୍ଗୀରରୁ ଆସି ଏଭଳି ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ

ମିଳିମିଶି ଖାଇଗଲେ କୋଟିଏ ଟଙ୍କାର ମଧ୍ୟାହ୍ନ ଭୋଜନ
ମିଳିମିଶି ଖାଇଗଲେ କୋଟିଏ ଟଙ୍କାର ମଧ୍ୟାହ୍ନ ଭୋଜନ
author img

By

Published : Jul 21, 2022, 7:53 AM IST

ବଲାଙ୍ଗୀର: ମିଳିମିଶି ଖାଇଗଲେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ । କୋଟି କୋଟି ଟଙ୍କାର ହୋଇଛି ଚାଉଳ ଦୁର୍ନୀତି । ମିଳୁନି କାହାର ହିସାବ । ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋଦ୍ ବଲାଙ୍ଗୀର ଜିଲ୍ଲାରୁ । ତେବେ ଲକ୍ଷ କି ହଜାରେ ନୁହେଁ କୋଟି କୋଟି ଟଙ୍କାର ସ୍କୁଲ ପିଲାଙ୍କର ମଧ୍ୟାହ୍ନ ଭୋଜନ ଚାଉଳ ହୋଇଛି ବାଟମାରଣା । କୋରୋନା ସମୟରେ ସବୁ ସ୍କୁଲ ବନ୍ଦ ଥିବା ବେଳେ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କ ଘରକୁ ମଧ୍ୟାହ୍ନ ଭୋଜନ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମିଳିମିଶି ଖାଇଗଲେ କୋଟିଏ ଟଙ୍କାର ମଧ୍ୟାହ୍ନ ଭୋଜନ

ହେଲେ ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ଏଜେଣ୍ଟ ଏବଂ ଶିକ୍ଷା ବିଭାଗର ଅଧିକାରୀ ଏଥିରେ ବ୍ୟତିକ୍ରମ କରିଥିଲେ । ପିଲାଙ୍କ ଘରେ ମଧ୍ୟାହ୍ନ ଭୋଜନ ପହଁଞ୍ଚାଇବା ପରିବର୍ତ୍ତେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଯାହାର ଅଭିଯୋଗ ପାଇ ଖୋଦ୍ ସ୍କୁଲ୍ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ ।

ତେବେ ଏଠି ପ୍ରଶ୍ନ ଉଠିଛି ଗତ ଜାନୁୟାରୀ ଫେବୃଆରୀ ଓ ମାର୍ଚ୍ଚ ଏହି ତିନି ମାସର ଚାଉଳ କୌଣସି ସ୍କୁଲରେ କାହିଁକି ପହଞ୍ଚି ନଥିଲା । ତେବେ ତିନି ମାସର ଏହି ଚାଉଳ ଏଠିକାର ନିଯୁକ୍ତ ଥିବା ଟ୍ରାନ୍ସପୋର୍ଟ ଏଜେଣ୍ଟ ତୁଫାନ୍ ମେହେର ଗୋଦାମରୁ ସେ ସମୟରେ ଉଠାଇଥିବା ବେଳେ ଚାଉଳ ସ୍କୁଲରେ ନପହଞ୍ଚି ବାଟମାରଣା ହୋଇଥିବାର ଅଭିଯୋଗ ହୋଇଛି । ତେଣୁ ଏହାର ତଦନ୍ତ କରିବାକୁ ଏବେ ସାଧାରଣରେ ଦାବି ହେଉଛି ।

ଜିଲ୍ଲା ଶିକ୍ଷା ବିଭାଗ ସବୁ ସ୍କୁଲକୁ ଚାଉଳ ବଣ୍ଟନ କରିବା ପାଇଁ ଜଣେ ଏଜେଣ୍ଟକୁ ନିଯୁକ୍ତି ଦେଇଛନ୍ତି । ଯେଉଁଥିରେ ବିଭିନ୍ନ ଗୋଦାମରୁ ଅଧିକାରୀଙ୍କ ଉପସ୍ଥିତିରେ ଚାଉଳ ଉଠାଇବା ସହ ସବୁ ସ୍କୁଲକୁ ପହଁଞ୍ଚାଇ ଥାଏ । ତେବେ ଏଥିରେ ଶିକ୍ଷା ବିଭାଗର ଅଧିକାରୀ ମଧ୍ୟ ନିଜେ ସାମିଲ ହୋଇଥାନ୍ତି । ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ବଲାଙ୍ଗୀରରେ ସ୍କୁଲକୁ ତିନି ମାସର ଚାଉଳ ନପହଁଞ୍ଚିବା ଏକ ବଡ଼ ଦୁର୍ନୀତି ଆଡ଼କୁ ଇଙ୍ଗିତ କରୁଛି ।

ସେପଟେ ଏହାକୁ ନେଇ ବିଭିନ୍ନ ସ୍କୁଲ ଅଭିଯୋଗ କରିବା ପରେ ଶିକ୍ଷା ବିଭାଗ ଏଜେଣ୍ଟକୁ ଏକ ଚିଠି କରି ଚୁପ୍ ବସିଥିଲା । ଏହି ଖବର ବଲାଙ୍ଗୀର ଜିଲ୍ଲାପାଳଙ୍କ ପାଖରେ ପହଁଞ୍ଚିବା ପରେ ତାଙ୍କ ନିର୍ଦ୍ଦେଶରେ ଏବେ ଶିକ୍ଷା ବିଭାଗ ଏକ ଦଶ ଜଣିଆ କମିଟି କରିଛି । ଆଗାମୀ ଦଶ ଦିନ ମଧ୍ୟରେ ଏହି କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବେ । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.