ETV Bharat / state

ଜନ ପ୍ରତିନିଧି ସାଜିଛନ୍ତି ଠିକାଦାର, ନିମ୍ନମାନର ରାସ୍ତା କାମ ଅଭିଯୋଗ - ଛାତମଖନାରୁ ଚନ୍ଦନଭାଟି ରାସ୍ତା କାମ ନିମ୍ନମାନର

ବଲାଙ୍ଗୀର ଜିଲ୍ଲା ଛାତମଖନା ଗ୍ରାମ ଠାରୁ ଚନ୍ଦନଭାଟିକୁ ତିଆରି ହେଉଥିବା ରାସ୍ତା ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଶୁଣନ୍ତୁ କଣ କହୁଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ନିମ୍ନମାନର ରାସ୍ତା କାମ ଅଭିଯୋଗ
allegation of low quality road work
author img

By

Published : Apr 17, 2023, 8:41 AM IST

Updated : Apr 17, 2023, 9:10 AM IST

mla on low quality road work

ବଲାଙ୍ଗୀର: ଜିଲ୍ଲାରେ ଠିକାଦାର ସାଜିଛନ୍ତି ଜନ ପ୍ରତିନିଧି । ଲୋଇସିଙ୍ଗା ବ୍ଲକ ଚେୟାରମ୍ୟାନ ବେଆଇନ ଭାବେ ଛାତମଖନା ଗ୍ରାମଠାରୁ ଚନ୍ଦନଭାଟିକୁ ରାସ୍ତା ତିଆରି କରୁଥିବା ଅଭିଯୋଗ ହୋଇଛି । ବେଆଇନ ଓ ନିମ୍ନମାନର କାମ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୁନ। ନ୍ୟାୟ ନ ପାଇଲେ ଲୋକେ ଆଇନକୁ ହାତକୁ ନେବେ ବୋଲି କହିଛନ୍ତି ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ବଲାଙ୍ଗୀର ଜିଲ୍ଲା 26 ନମ୍ବର ଜାତୀୟ ରାଜପଥ ଛାତମଖନା ଗ୍ରାମଠାରୁ ଚନ୍ଦନଭାଟିକୁ ରାସ୍ତା ତିଆରି ଚାଲିଛି । ତେବେ ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ନିର୍ମାଣ ମଣ୍ଡଳ ଅଧୀନରେ ଏହି ରାସ୍ତା ତିଆରି ଚାଲିଛି । ଏହି ରାସ୍ତାର ଟେଣ୍ଡର ଜଣେ ଠିକାଦାର ପାଇଥିବା ବେଳେ ତାଙ୍କ ବଦଳରେ ଜଣେ ଜନ ପ୍ରତିନିଧି ଏହାର ନିର୍ମାଣ କାମ ବେଆଇନ ଭାବରେ କରୁଥିବାର ଅଭିଯୋଗ ହୋଇଛି ।

ଜିଲ୍ଲା ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ନିଜେ ଏହି କାମ କରୁଥିବାର ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଏହି କାମ ସେ ବେଆଇନ ଭାବରେ କରୁଥିବା ବେଳେ କାମ ଅତି ନିମ୍ନମାନର ହେଉଥିବାର କହିଛନ୍ତି ବିଧାୟକ । ତେବେ ଏହାକୁ ନେଇ ସେ ପ୍ରଥମେ ବଲାଙ୍ଗୀର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ । ଏଠିକାର ଅଧିକାରୀମାନେ କାମ ତଦାରଖ କରିବାକୁ ଯାଇ ନିମ୍ନମାନର କାମ ହୋଇଥିବାର ଜାଣି କାମର ବିଲ ମଞ୍ଜୁର କରି ନଥିଲେ । ସେପଟେ ସମ୍ପୃକ୍ତ ଘଟଣାରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ ଗ୍ରାମ୍ୟ ମଣ୍ଡଳ ଅଧିକାରୀଙ୍କୁ ଧମକ ଚମକ ଓ ମାଡ଼ ମାରିଥିବାର ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଆରଡ଼ି ଏସଡ଼ିଓ । ଏହି ଘଟଣାରେ ପୋଲିସ କୌଣସି ପଦକ୍ଷେପ ନେଇ ନଥିବାର ଅଭିଯୋଗ କରିଛନ୍ତି ବିଧାୟକ ନରସିଂହ ମିଶ୍ର ।

ବେଆଇନ ଭାବରେ ଠିକା କାମ କରୁଥିବା ବେଲେ ତାହା ପୁଣି ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଧାନସଭାରେ ହୁଲୁସ୍ତଲ ହେବା ପରେ ମଧ୍ୟ ଏବେ ଯାଏଁ ସରକାର ଓ ପ୍ରଶାସନ ଚୁପ ବସିବାକୁ ନେଇ ପ୍ରଶ୍ନ ଉଠିଛି । ନିମ୍ନମାନର ରାସ୍ତାକାମକୁ ନେଇ ସରକାରକୁ ସିଧା ସଳଖ ଘେରିଛନ୍ତି ବିଧାୟକ ନିରସିଂହ ମିଶ୍ର ।

ସେ କହିଛନ୍ତି, ''ନ୍ୟାୟ ନ ମିଳିଲେ ଲୋକେ ଆଇନକୁ ହାତକୁ ନେବେ ଏବଂ ସରକାର ହିଁ ଏଥି ପାଇଁ ଦାୟୀ ରହିବେ । ଏହାକୁ ନେଇ ବିଧାନସଭାରେ ମଧ୍ୟ ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ ମାତ୍ର ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଛତାମଖନା ଗ୍ରାମରୁ ଚନ୍ଦନ ଭାଟି ଗ୍ରାମକୁ ଯାଇଥିବା ରାସ୍ତା ନିର୍ମାଣ ହେଉଛି । ଯାହା ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଅନ୍ୟ ଲୋକଙ୍କ ନାଁରେ ନିଜେ ବେଆଇନ ଭାବରେ କାମ କରୁଛନ୍ତି ।''

ସେ ଆହୁରି କହିଛନ୍ତି, ''ଲୋଇସିଂହା ବ୍ଲକ ଅଧ୍ୟକ୍ଷ ସରକାରୀ ଦଳର ବଡ ପଣ୍ଡା ହୋଇଥିବା ବେଳେ ବେଆଇନ ଭାବରେ ଏହା କରୁଛନ୍ତି। କାମ ଅତି ନିମ୍ନ ମାନର ହୋଇଥିବା ବେଳେ ତାକୁ ନେଇ ସେ ସମ୍ପୃକ୍ତ ବିଭାଗକୁ ଅଭିଯୋଗ କରିଥିଲେ । ବିଭାଗ ଏହା ଉପରେ ପ୍ରଶ୍ନ କରିବାରୁ ଓଲଟା ବ୍ଲକ ଅଧ୍ୟକ୍ଷ ବିଭାଗର ଅଧିକାରୀମାନଙ୍କୁ ମାଡ଼ ମାରିଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଭିଯୋଗ ପରେ ବି ସରକାର, ଆରଡ଼ି ବିଭାଗ ଓ ପୋଲିସ ସମସ୍ତେ ଚୁପ ।''

ବଣେଇ ବିଡ଼ିଓଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ ଲୋକେ ନ୍ୟାୟ ନ ପାଇଲେ ସେମାନେ ଆଇନକୁ ହାତକୁ ନିଅନ୍ତି । ତେବେ ଏଠି ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସରକାର ହିଁ ଦାୟୀ ରହିବେ ବୋଲି କହିଛନ୍ତି ବିଧାୟକ ନିରସିଂହ ମିଶ୍ର । ସରକାର, ଆରଡ଼ି ବିଭାଗ ଓ ପୋଲିସ ତାଙ୍କର କାମ କରିବାକୁ ଦାବି ହୋଇଛି । ଏହି ପ୍ରସଙ୍ଗରେ ବଲାଙ୍ଗୀର ଆରଡି ବିଭାଗ କିମ୍ବା ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ସେହିପରି ଅଭିଯୋଗ ଆସିଥିବା ଲୋଇସିଂହା ବ୍ଲକ ଅଧ୍ୟକ୍ଷ ମଧ୍ୟ ନିଜର ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Apr 17, 2023, 9:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.