ETV Bharat / state

ବଲାଙ୍ଗୀରରେ ଲେକ୍‌ ମ୍ୟାନ, ସମସ୍ତ ଜଳାଶୟର ହେବ ପୁନରୁଦ୍ଧାର - ପ୍ରାକୃତିକ ଉପାୟରେ ଜଳାଶୟର ସୌନ୍ଦର୍ଯ୍ୟକରଣ

ପୁନରୁଦ୍ଧାର ହେବ ବଲାଙ୍ଗୀର ସହରର ସମସ୍ତ ଜଳାଶୟ । ବେଙ୍ଗାଲୁରୁର ଲେକ ମ୍ୟାନ ଭାବେ ଜଣାଶୁଣା ଆନନ୍ଦ ମାଳିଗୁଡ଼ିଆ ବଲାଙ୍ଗୀର ଗସ୍ତ କରି ପ୍ରାକୃତିକ ଉପାୟରେ ଜଳାଶୟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ponds beautification
ଜଳାଶୟର ପୁନରୁଦ୍ଧାର
author img

By

Published : Jan 14, 2023, 9:05 AM IST

Updated : Jan 14, 2023, 9:51 AM IST

ବଲାଙ୍ଗୀରରେ ଲେକ୍‌ ମ୍ୟାନ

ବଲାଙ୍ଗୀର: ସହର ସବୁ ଜଳଶୟର ହେବ ପୁନରୁଦ୍ଧାର । ପ୍ରାକୃତିକ ଉପାୟରେ ଜଳାଶୟର ସୌନ୍ଦର୍ଯ୍ୟକରଣ କରି ପାନୀୟ ଜଳ ଯୋଗ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଚାଳିଶ ବର୍ଷ ପୂର୍ବେ ଏହି ସବୁ ଜଳାଶୟ ଉପରେ ଲୋକ ନିର୍ଭର କରି ଆସୁଥିଲେ ଏବଂ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ହେଲେ ସମୟାନୁକ୍ରମେ ଏବେ ଏହି ଜଳାଶୟ ସବୁ ବ୍ୟବହାର ଯୋଗ୍ୟ ନଥିବାବେଳେ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର ହେବା ନେଇ କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ଭାରତର ଲେକ ମ୍ୟାନ କୁହାଯାଉଥିବା ଆନନ୍ଦ ମାଳିଗୁଡ଼ିଆ ଆସି ବଲାଙ୍ଗୀରରେ ପହଞ୍ଚିଛନ୍ତି । ବେଙ୍ଗାଲୁରୁର ଆନନ୍ଦ ମାଳିଗୁଡ଼ିଆ ଯିଏ କି ଦେଶର ବିଭିନ୍ନ ସ୍ଥାନରେ ଜଳାଶୟ ଗୁଡିକ ଉପରେ କାମ କରି ସେସବୁର ପୁନରୁଦ୍ଧାର କରି ଆସୁଛନ୍ତି । ଏଥିପାଇଁ ସାରା ଦେଶରେ ତାଙ୍କୁ ଲୋକେ ଲେକ ମ୍ୟାନ ଭାବରେ ଜାଣନ୍ତି । ତେବେ ବଲାଙ୍ଗୀର ପୌରପରିଷଦର ନିମନ୍ତ୍ରଣରେ ସେ ଆସି ପହଞ୍ଚିଛନ୍ତି । ସେହିପରି ଓଡିଶା ନଗର ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ କବି ଦାସ, ଜଳାଶୟ ପୁନରୁଦ୍ଧାର ୟୁନିଟ ଓଡିଶା ଉପଦେଷ୍ଟା ଦେବ ସୁନ୍ଦର ମହାପାତ୍ର ପ୍ରମୁଖ ଆସିଥିଲେ । ପୌର ପରିଷଦ କାଉନସିଲର ଓ ଅଧ୍ୟକ୍ଷା ମିଳିତ ଭାବେ ସହରର ବିଭିନ୍ନ ଜଳାଶୟ ବୁଲି ଦେଖିଥିଲେ ।

ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟକରଣ କଲେ ପାଣିର ଗୁଣ ବଦଳିବ ନାହିଁ । ତେଣୁ ପ୍ରାକୃତିକ ଭାବରେ ପାଣିକୁ ବ୍ୟବହାର ଯୋଗ୍ୟ କରାଯିବ ବୋଲି ଆନନ୍ଦ ମାଳିଗୁଡ଼ିଆ କହିଛନ୍ତି । ଦୀର୍ଘ ଚାଳିଶ ବର୍ଷ ପୂର୍ବେ ଉକ୍ତ ଜଳାଶୟ ଉପରେ ଲୋକେ ନିର୍ଭର କରି ଆସୁଥିଲେ । ଏହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ସମୟାନୁ କ୍ରମେ ପାଣି ବ୍ୟବହାର ଯୋଗ୍ୟ ନ ଥିବା ବେଳେ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର କରାଯିବ ବୋଲି କୁହାଯାଇଛି । ଯେଉଁଥିରେ ବଲାଙ୍ଗୀରର ସର୍ବ ପୁରାତନ ମହାରାଣୀ ସାଗର ମଧ୍ୟ ସମ୍ପୃକ୍ତ ଅଟେ । ତେବେ ଏହାର ପ୍ରଥମେ ପୁନରୁଦ୍ଧାର ହେବ । ମହାରାଣୀ ସାଗରର ପାଣିକୁ ଶୁଖାଇ ଏହାର ପଙ୍କ ଉଦ୍ଧାର କରାଯିବ । ଜଳାଶୟ ମଧ୍ୟରେ ତଥା ଚାରିପଟରୁ ଯେମିତି ଆବର୍ଜନା ନ ମିଶିବ ସେଥି ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ଏହାର କାମ ଖୁବ ଶୀଘ୍ର ଆରମ୍ଭ ହୋଇ ଜୁନ ସୁଦ୍ଧା ପାଣି ସମ୍ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ହେବ ବୋଲି ଆନନ୍ଦ ମାଳିଗୁଡ଼ିଆ କହିଛନ୍ତି । ଏଥିରେ ଅନ୍ୟ ଜଳାଶୟମାନଙ୍କୁ ମଧ୍ୟ ଯୋଡ଼ା ଯିବ ଯାହା ସାରା ଓଡ଼ିଶାରେ ପ୍ରଥମ । ଏଥି ପାଇଁ ସରକାର ଟଙ୍କା ଅନୁଦାନ କରିସାରିଥିବା ଓଡିଶା ନଗର ଉନ୍ନୟନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଭକ୍ତ କବି ଦାସ କହିଛନ୍ତି ।

ସେପଟେ ମହାରାଣୀ ସାଗରକୁ ନେଇ କିଛି ବର୍ଷରୁ ରାଜନୀତି ଜୋର ଧରିଥିଲା। ବିଶେଷ ଭାବେ ପୌରପରିଷଦ ଏହାର ଉନ୍ନତିକରଣ କରାଇ ଦେଉନଥିବା ବିଧାୟକ ବାରମ୍ବାର ଅଭିଯୋଗ ଆଣିଛନ୍ତି । କିନ୍ତୁ ପୌରପରିଷଦ ଏହା ଉପରେ ସ୍ପଷ୍ଟୀକରଣ ରଖିଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଡିପିଆରରେ ବ୍ୟାପକ ତ୍ରୁଟି ଥିବା ବେଳେ ସେଥିରେ କେବଳ ଜଳାଶୟ ଏବଂ ଆଖପାଖର ସୌନ୍ଦର୍ଯ୍ୟକରଣ ସାମିଲ ଥିବା କହିଛନ୍ତି । ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଥିବା ବେଳେ ଜଳାଶୟ ଗୁଡିକର ପୁନରୁଦ୍ଧାରକୁ ଗୁରୁତ୍ଵ ଦିଆଯାଇ ନୂଆ ଡିପିଆର ପ୍ରସ୍ତୁତ ହୋଇଥିବାର ପୌରପରିଷଦ ଅଧ୍ୟକ୍ଷା କହିଛନ୍ତି । ଏହି କାମ ଆସନ୍ତା ମାସେ ମଧ୍ୟରେ ଆରମ୍ଭ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୂଚନା ଥାଉକି ପୂର୍ବରୁ ଦିଲ୍ଲୀର ଏକ କମ୍ପାନୀ ମହାରାଣୀ ସାଗରର ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲା ପ୍ରଶାସନ ସହିତ ଗତ 2021ରେ ଏମଓୟୁ ଦସ୍ତଖତ କରିଥିଲା । ହେଲେ ବ୍ୟାପକ ତ୍ରୁଟି ଥିବା ନେଇ ନଗର ଉନ୍ନୟନ ବିଭାଗ ଏହାକୁ ବାତିଲ କରିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jan 14, 2023, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.