ETV Bharat / state

ବଲାଙ୍ଗୀରରେ ଅଖିମୁଠି ଅନୁକୂଳ: ଚାଷ କେମିତି କରିବେ ଚିନ୍ତାରେ ଚାଷୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗୀରେ ଜିଲ୍ଲାରେ ମଧ୍ୟ ଚାଷୀ ଚାଷକାର୍ଯ୍ୟ ଅନୁକୂଳ କରିଛନ୍ତି । ଆଜି ପାଞ୍ଜି ଓ ଲଗ୍ନ ଦେଖାଇ ହଳ ବଳଦ ଓ ଚାଷ ଉପକରଣର ପୂଜା କରି ଜମିରେ ଧାନ ବୁଣିଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଅଖି ଅନୁକୁଳ: ଚାଷ କେମିତି କରିବେ ଚିନ୍ତାରେ ଚାଷୀ

author img

By

Published : May 3, 2022, 3:17 PM IST

ବଲାଙ୍ଗୀର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗୀରେ ଜିଲ୍ଲାରେ ମଧ୍ୟ ଚାଷୀ ଚାଷକାର୍ଯ୍ୟ ଅନୁକୂଳ କରିଛନ୍ତି । ଜିଲ୍ଲାରେ ଚାଷୀ ଅଖି ମୁଠି ପର୍ବ ପାଳନ କରିଥିବାବେଳେ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛି । ଆଜି ପାଞ୍ଜି ଓ ଲଗ୍ନ ଦେଖାଇ ହଳ ବଳଦ ଓ ଚାଷ ଉପକରଣର ପୂଜା କରି ଜମିରେ ଧାନ ବୁଣିଛନ୍ତି ଚାଷୀ ।

ସମାନ ଭାବରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ମଧ୍ୟ ଏହି ପର୍ବ ପାଳନ କରିଛନ୍ତି । ନିଜେ ଜିଲ୍ଲାପାଳ ଅଖି ମୁଠି ପର୍ବରେ ସାମିଲ ହୋଇ ଜମିରେ ପୂଜାର୍ଚ୍ଚନା କରିବା ସହ ହଳ କରିଥିଲେ । ଚାଷୀଙ୍କୁ ଅକ୍ଷୟ ତୃତୀୟାରେ ଶୁଭେଚ୍ଛା ଦେବା ସହ ଭଲ ଚାଷ ହେଉ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଏକ ଶୁଷ୍କ ଜିଲ୍ଲା ହେଉଛି ବଲାଙ୍ଗୀର । ଏଠାରେ ମାତ୍ର 3 ପ୍ରତିଶତ ଜମି ପାଇଁ ଜଳ ସେଚନ ସୁବିଧା ରହିଛି । ତେବେ ଭଲ ବର୍ଷା ହେଲେ ଏହା 21 ପ୍ରତିଶତକୁ ବୃଦ୍ଧି ପାଇଥାଏ ।

ବଲାଙ୍ଗୀରରେ ଅଖି ଅନୁକୁଳ: ଚାଷ କେମିତି କରିବେ ଚିନ୍ତାରେ ଚାଷୀ

ଏଭଳି ଅବସ୍ଥାରେ ବଲାଙ୍ଗୀର ଜିଲ୍ଲାରେ ଆଶ୍ରିତ ଚାଷ ଆଗକୁ ହେବାକୁ ଥିବା ବର୍ଷା ପରିମାଣ ଉପରେ ହିଁ ନିର୍ଭର କରୁଛି । ବଲାଙ୍ଗୀର ଜିଲ୍ଲାରେ ମୋଟ 3 ଲକ୍ଷ 45 ହଜାର ହେକ୍ଟର ଜମିରେ ଚାଷ ହୋଇଥାଏ । 1 ଲକ୍ଷ 90 ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ବାକି ଜମିରେ ଡାଲି କପା ପିଆଜ ଭଳି ଚାଷ ହୋଇଥାଏ । ତେବେ ବିଗତ ବର୍ଷ ମାନଙ୍କରେ ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ସାରିଥିବାବେଳେ ଏଥର ଚାଷୀ କେମିତି ଚାଷ କରିବେ ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଏହାକୁ ନେଇ ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ଚୁପ୍ ରହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.