ETV Bharat / state

କୃଷକଙ୍କୁ ମରୁଡି ସହାୟତା ଦାବିରେ ଅଘରିଆ ସମାଜର ଆନ୍ଦୋଳନ

ବଲାଙ୍ଗୀର ଜିଲ୍ଲାରେ ଚାଷ କାମ କରି ଚଳୁଥିବା ଅଘରିଆ ସମାଜ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଚଳିତ ବର୍ଷ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ଏମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Sep 8, 2021, 4:40 PM IST

କୃଷକଙ୍କୁ ସହାୟତା ଦାବିରେ ଅଘରିଆ ସମାଜର ଆନ୍ଦୋଳନ

ବଲାଙ୍ଗୀର: ଜିଲ୍ଲାରେ ଚାଷ କାମ କରି ଚଳୁଥିବା ଅଘରିଆ ସମାଜ ଆଜି(ବୁଧବାର) ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯେଉଁଠିରେ ଜିଲ୍ଲାର ଅଘରିଆ ସମାଜର ଶତାଧିକ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ। ତେବେ ଚଳିତ ବର୍ଷ, ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ଏମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି।

ସେହିପରି ଏମାନଙ୍କର ଚାଷ ଏବେ ସମ୍ପୂର୍ଣ୍ଣ ଭାବରେ ମରି ଯାଇଥିବାର ଏମାନେ କହିଛନ୍ତି। ସରକାର ଶୀଘ୍ର ଏହି ଏଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ବୋଲି ଘୋଷଣା କରିବା ସହ ଏମାନଙ୍କୁ ଆନୁସାଙ୍ଗିକ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି। ଯେଉଁଥିରେ ସମସ୍ତଙ୍କୁ ଇନପୁଟ ସବସିଡି ପ୍ରଦାନ, ମାଗଣା ବିହନ ସାର ଯୋଗାଇବା ଭଳି ପାଞ୍ଚ ଦଫା ଦାବି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଦାବି ପୂରଣ ନହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.