ETV Bharat / state

ବାଲି ମାଫିଆଙ୍କ ଗୁଣ୍ଡାରାଜ, ଚଢାଉବେଳେ ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କୁ ଆକ୍ରମଣ

author img

By

Published : Oct 17, 2022, 6:35 PM IST

ବଲାଙ୍ଗୀରରେ ବାଲି ମାଫିଆଙ୍କ ଗୁଣ୍ଡାରାଜ । ବାଲି ଚୋରାଚାଲାଣ ବେଳେ ଚଢାଉ କରିବାରୁ ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ । ଆଗଲପୁର ତହସିଲଦାରଙ୍କ ଅଭିଯୋଗ ପରେ ତଦନ୍ତ କରୁଛି ଲୋଇସିଂହା ପୋଲିସ । ଅଧିକ ପଢ଼ନ୍ତୁ

ବାଲି ମାଫିଆଙ୍କ ଗୁଣ୍ଡାରାଜ, ଚଢାଉ ବେଳେ ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କୁ ଆକ୍ରମଣ

ବଲାଙ୍ଗୀର: ବାଲି ଚୋରାଚାଲାଣବେଳେ ଚଢାଉ କରିବାରୁ ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ । ବାଲି ମାଫିଆଙ୍କ ଏଭଳି ଗୁଣ୍ଡାରାଜ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳରେ । ତେବେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛି ପୋଲିସ ।

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ଅଞ୍ଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ ପ୍ରଶାସନ ଏହା ଉପରେ ପଦକ୍ଷେପ ନେବା ଆରମ୍ଭ କରିଛି । ତେବେ ସୂଚନା ଅନୁସାରେ ଗତକାଲି (ରବିବାର) ସନ୍ଧ୍ୟା ସମୟରେ ପ୍ରଶାସନ ନଜରରେ ଧୂଳି ପକାଇ ବାଲି ଚୋରାଚାଲାଣ କରୁଥିଲେ କିଛି ବାଲି ମାଫିଆ । ଏହାର ଖବର ପାଇ ଆଗଲପୁର ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆର୍‌ଆଇ ସୁମନ୍ତ ପଟେଲଙ୍କ ନେତୃତ୍ବରେ ଏକ ଟିମ ଆଗଲପୁର ଅଙ୍ଗନଦୀ ବାଲିଘାଟରେ ଚଢାଉ କରିଥିଲେ ।

ତେବେ ସେଠାରେ ଥିବା ବାଲି ମାଫିଆ ସେମାନଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିଥିବାବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ଉଭୟ ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରିଥିଲେ । ଖବର ପୋଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରିଥିଲା । ସେପଟେ ଏ ଘଟଣା ସମ୍ପର୍କରେ ଆଗଲପୁର ତହସିଲଦାର ଖବର ପାଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏହାର ତଦନ୍ତ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।

ଏନେଇ ଆଗଲପୁର ତହସିଲଦାର ସୁଚିତା ପୁଷ୍ପା କହିଛନ୍ତି, "ବାଲି ଚୋରାଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଗଲପୁର ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆର୍‌ଆଇ ସୁମନ୍ତ ପଟେଲଙ୍କ ନେତୃତ୍ବରେ ଏକ ଟିମ ଆଗଲପୁର ଅଙ୍ଗନଦୀ ବାଲିଘାଟ ନିକଟରେ ଅପେକ୍ଷା କରିଥିଲେ । ତେବେ ବାଲି ବୋଝେଇ ଟ୍ରକ ଆସୁଥିବାବେଳେ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ଚପାଇ ଦେବାକୁ ଉଦ୍ୟମ କରି ଖସି ପଳାଇଥିଲେ । ପରେ ଅତିରିକ୍ତ ତହସିଲଦାର ଓ ଆର୍‌ଆଇ ସେମାନଙ୍କର ପିଛା କରିଥିଲେ । ସେଠାରେ ଉପସ୍ଥିତ ମାଫିଆଙ୍କ ଆକ୍ରମଣରେ ଉଭୟ ଗୁରୁତର ହୋଇଛନ୍ତି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.