ETV Bharat / state

Ollywood Controversy: କଳାକାର କଳିରେ ବଳି ପଡ଼ିଲା ଯାତ୍ରା ଦୁନିଆ, ଯାତ୍ରା ବନ୍ଦ କଲେ କୋଶଳ ସେନା - କୋଶଳ ସେନାର ଓଡିଆ ଯାତ୍ରାକୁ ବିରୋଧ

ବଢ଼ିବାରେ ଲାଗିଛି କଳାକାର କଳି । ବିବାଦ କମିବା ବଦଳରେ ଆହୁରି ତେଜୁଛି । ବିବାଦ ଧିରେ ଧିରେ ସିନେ ଦୁନିଆରୁ ଡେଇଁ ଯାତ୍ରା ଦୁନିଆକୁ ପ୍ରଭାବିତ କରିଛି । ଅଧାରୁ ଯାତ୍ରା ବନ୍ଦ କଲେ କୋଶଳ ସେନା । ଅଧିକ ପଢ଼ନ୍ତୁ

Jollywood  affected by ollywood conflict
Jollywood affected by ollywood conflict
author img

By ETV Bharat Odisha Team

Published : Nov 3, 2023, 7:36 PM IST

Jollywood affected by ollywood conflict

ବଲାଙ୍ଗୀର: ଥମିବାର ନାଁ ଧରୁନି ଓଲିଉଡ ବିବାଦ । ଦିନକୁ ଦିନ ଉଗ୍ର ରୂପ ନେଉଛି କଳାକାର କଳି । ମନୋଜ ମିଶ୍ରଙ୍କ ବ୍ୟାନକୁ ନେଇ ପଶ୍ଚିମ ଓଡ଼ିଶାରେ ବିରୋଧ ଜାରି ରହିଛି । ଓଡ଼ିଆ ସିନେମା ପରେ ଏହି ବିବାଦ ଏବେ ସିନେ ଦୁନିଆରୁ ଡେଇଁ ଯାତ୍ରା ଦୁନିଆକୁ ପ୍ରଭାବିତ କରିଛି । ଯାହାକୁ ନେଇ ଯାତ୍ରାକୁ ଜୋରଦାର ବିରୋଧ କରାଯାଇଛି । ଏନେଇ ବଲାଙ୍ଗୀରରେ କୋଶଳ ବାଦି ସଂଗଠନମାନେ ବିଭିନ୍ନ ସ୍ଥାନରେ ଚାଲିଥିବା ଓଡ଼ିଆ ଯାତ୍ରା ଅପେରା ବନ୍ଦ କରିବା ସହ ହଙ୍ଗାମା କରିଛନ୍ତି । ଏଭଳି ସମୟରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପଶ୍ଚିମ ଓଡ଼ିଶା ପାଇଁ ଏହା ସ୍ୱାଭିମାନର ବିଷୟ ଅଟେ ଏବଂ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ।

ବଲାଙ୍ଗୀରରେ ସିନେମା ନିର୍ମାତା ତଥା ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ଼ରୁ ଦୁଇ ବର୍ଷ ବ୍ୟାନ କରିବାକୁ ନେଇ ଜୋରଦାର ବିରୋଧ ଚାଲିଛି । ଏଥିରେ ନେତା, କଳାକାର ଓ ସାଧାରଣ ଲୋକେ ସମସ୍ତେ ଏହାକୁ ନିନ୍ଦା କରିବା ସହ ଭିନ୍ନ ଭିନ୍ନ ପ୍ରକାରରେ ତାଙ୍କର ବିରୋଧ କରିବା ଜାରି ରଖିଛନ୍ତି । ଏହାରି ମଧ୍ୟରେ ଓଡ଼ିଆ ସିନେମା ପରେ ଯାତ୍ରାକୁ ବିରୋଧ କରିବା ଭଳି ସ୍ଥିତି ଦେଖିବାକୁ ମିଳିଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲା ବେଳାପଡ଼ା ଠାରେ ରାଜଧାନୀ ଓଡ଼ିଆ ଯାତ୍ରା ଚାଲିଥିବା ବେଳେ କୋଶଳ ସେନା ସଦସ୍ୟ ଓ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଯାଇ ହଙ୍ଗାମା କରିଛନ୍ତି । ଏପରିକି ମଞ୍ଚ ଉପରକୁ ଚଢି ଯାତ୍ରା ବନ୍ଦ କରି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ........ଓଲିଉଡ କଳି: ଫିଟିଲାନି ସମାଧାନର ବାଟ, OFDC ବୈଠକକୁ ଆସିଲେନି ମନୋଜ ମିଶ୍ର

ସେପଟେ ଯାତ୍ରା ବନ୍ଦ କରିବା ସହ ଯାତ୍ରା ନାଟକ ସ୍ଥଳରେ କୋଶଳ ସେନା ସଦସ୍ୟ ଓ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଧାରଣା ଦେବା ସହ ଉତ୍କଳ ନାଁରେ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି । ତେବେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୟାନ ବାଜି ମଧ୍ୟ ଜାରି ରହିଛି । ଏଭଳି ସମୟରେ ବଲାଙ୍ଗୀର ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଳୀଙ୍ଗ ଏହି ମାମଲାରେ ପୁଣି ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ମନୋଜ ମିଶ୍ରଙ୍କୁ ବ୍ୟାନଙ୍କୁ ସେ ପୁଣି ତୀବ୍ର ନିନ୍ଦା କରିଛନ୍ତି । ଏହା ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବୋଲି କହିବା ସହ ଏଠିକାର କଳାକାରଙ୍କ ପ୍ରତି ଏଭଳି ମନୋଭାବ ଅତି ନିନ୍ଦନୀୟ ବୋଲି ସେ କହିଛନ୍ତି । ଏପରିକି ଏହା ପଶ୍ଚିମ ଓଡ଼ିଶାର ଭାବାବେଗ ଓ ସ୍ବାଭିମାନକୁ ଧକ୍କା ଦେଇଛି । ଯାହାକୁ ସେ ବର୍ଦାସ୍ତ କରିବେ ନାହିଁ ।

ତେବେ ଏଥିରେ ପୂର୍ବରୁ ଏକ ସଂଗଠନ ଆନ୍ଦୋଳନ କରୁଥିବା ବେଳେ ନଭେମ୍ବର 15 ତାରିଖରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା ଦିଆଯାଇଛି । ଏହାକୁ ସେ ସମର୍ଥନ ଦେଇଥିବା କହିବା ସହ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି । ସେହିପରି ବିଜେପି ଦଳ ପଶ୍ଚିମ ଓଡ଼ିଶାର ଏହି ବିଷୟକକୁ ନେଇ ସରକାର ଉପରେ ଚାପ ପକାଇବ ବୋଲି ସେ କହିଛନ୍ତି । ସେପଟେ ବିଜେଡି ନେତା ତଥା ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ବିଷୟ । ଯାହାକୁ ଓଲିଉଡ଼ ବା ସିନେମା ଇଣ୍ଡଷ୍ଟ୍ରି ନିଜ ମଧ୍ୟରେ ସମାଧାନ କରିବା ଆବଶ୍ୟକତା ଅଛି । ଏହାକୁ ନେଇ କୌଣସି ରାଜନୀତି ନହେବା ଦରକାର ।

ଇଟିଭା ଭାରତ , ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.