ETV Bharat / state

ଆକ୍ସନ ମୋଡ଼ରେ ଭିଜିଲାନ୍ସ; ଧରା ପଡ଼ୁଛନ୍ତି ତଳ କର୍ମଚାରୀ, ଖସୁଛନ୍ତି ବଡ଼ବଡ଼ିଆ

ବର୍ତ୍ତମାନ ଆକ୍ସନ ମୋଡ଼ରେ ଭିଜିଲାନ୍ସ ବିଭାଗ । ତେବେ ଭିଜିଲାନ୍ସ କେବଳ ଛୋଟ ଛୋଟ ଅଧିକାରୀଙ୍କୁ ଟାର୍ଗେଟ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଅମଲା ତନ୍ତ୍ରରେ ଥିବା ବଡ଼ ଅଧିକାରୀଙ୍କୁ ହାତ ଦେଉ ନ ଥିବା ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଆକ୍ସନ ମୋଡ଼ରେ ଭିଜିଲାନ୍ସ; ଧରା ପଡ଼ୁଛନ୍ତି ତଳ କର୍ମଚାରୀ, ଖସୁଛନ୍ତି ବଡ଼ବଡ଼ିଆ
ଆକ୍ସନ ମୋଡ଼ରେ ଭିଜିଲାନ୍ସ; ଧରା ପଡ଼ୁଛନ୍ତି ତଳ କର୍ମଚାରୀ, ଖସୁଛନ୍ତି ବଡ଼ବଡ଼ିଆ
author img

By

Published : Jan 3, 2021, 11:39 AM IST

ବଲାଙ୍ଗୀର: ବର୍ତ୍ତମାନ ଆକ୍ସନ ମୋଡ଼ରେ ଭିଜିଲାନ୍ସ ବିଭାଗ । ଜଣେ ପରେ ଜଣେ ଦୁର୍ନୀତିଖୋର ଅଧିକାରୀଙ୍କୁ ନିଜ କବଜାରେ ନେଉଛି ଭିଜିଲାନ୍ସ । ତେବେ ଇତି ମଧ୍ୟରେ ବଲାଙ୍ଗୀର କ୍ରମାଗତ ଚାରି ଦିନରେ ପାଞ୍ଚ ଜଣ ଅଧିକାରୀଙ୍କ ବିରୋଧରେ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଏଥିମଧ୍ୟରୁ ଏଯାଏଁ ଦୁଇ ଜଣକୁ ଗିରଫ ମଧ୍ୟ କରିଛି । ତେବେ ବର୍ଷ ଶେଷ ବେଳକୁ ଭିଜିଲାନ୍ସ ବିଭାଗର କ୍ରମାଗତ ଭାବରେ ଏଭଳି କାର୍ଯ୍ୟାନୁଷ୍ଠାନ ଏବେ ସମସ୍ତଙ୍କୁ ଚକିତ କରିଛି ।

ଆକ୍ସନ ମୋଡ଼ରେ ଭିଜିଲାନ୍ସ; ଧରା ପଡ଼ୁଛନ୍ତି ତଳ କର୍ମଚାରୀ, ଖସୁଛନ୍ତି ବଡ଼ବଡ଼ିଆ

ସେପଟେ ଭିଜିଲାନ୍ସ ବିଭାଗ ଏହାକୁ ସାଧାରଣ ପ୍ରକ୍ରିୟା ବୋଲି କହିଛି । ତେବେ ଦୁର୍ନୀତି ବିରୋଧରେ ଜିରୋ ସହନଶୀଳତା ନୀତି ବର୍ତ୍ତମାନ ରାଜ୍ୟ ସରକାର ଲାଗୁ କରିଥିବା ବେଲେ ଭିଜିଲାନ୍ସ ଏହାକୁ ତ୍ଵରାନ୍ବିତ କରୁଥିବାର ଜଣା ପଡ଼ିଛି । ଅନ୍ୟପଟେ ଭିଜିଲାନ୍ସ କେବଳ କିରାଣୀ, ଏକାଉଣ୍ଟାଣ୍ଟ, ଅମିନ, ପିଅନ ଭଳି ଛୋଟ ଛୋଟ ଅଧିକାରୀଙ୍କୁ ଟାର୍ଗେଟ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଅମଲା ତନ୍ତ୍ରରେ ଥିବା ବଡ଼ ଅଧିକାରୀଙ୍କୁ ହାତ ଦେଉ ନ ଥିବା, ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.