ବଲାଙ୍ଗୀର: ଜିଲ୍ଲାରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବଲାଙ୍ଗୀର ଚନ୍ଦନ ଭାଟି ଥାନା ଅନ୍ତର୍ଗତ ସାଲେପଡା ଗ୍ରାମରେ ଏହି ଘଟଣା ଘଟିଛି । ଏହି ଗାଁର ଯୁବକ ନରେନ୍ଦ୍ର ପ୍ରଧାନ ମଙ୍ଗଳବାର ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଏକ ଭାଲୁ ଅତର୍କିତ ଭାବରେ ତାଙ୍କୁ ଆକ୍ରମଣ କରିଥିଲା ।
ବାରମ୍ବାର ଆକ୍ରମଣ କରିବା ପରେ କୌଣସି ମତେ ଗାଁ ମୁଣ୍ଡକୁ ସେ ପହଞ୍ଚିଥିଲେ । ପରେ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ୍ କଲେଜ୍ ରେ ଭର୍ତ୍ତି କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ