ବଲାଙ୍ଗୀର: ଜିଲ୍ଲାରେ ଆଜି(ବୁଧବାର) ଜଣେ ମଦ୍ୟପ ସ୍ଵାମୀ 9 ମାସର ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ବଲାଙ୍ଗୀର ରାଧାରାଣୀ ପଦରେ ଘଟିଛି । ଏଠି ରହୁଥିବା ମୋତିଲାଲ ବାରିକ ପ୍ରତିଦିନ ସ୍ତ୍ରୀ ଆନଦନିନି ବାରିକକୁ ମଦ ପିଇ ଗାଳି ଗୁଲଜ୍ କରି ଆସୁଥିଲା ।
ବୁଧବାର ମଧ୍ୟ ତାକୁ ଗାଳିଗୁଲଜ୍ କରିବା ସହ ଖୁବ ମାଡ ମାରି ଘର ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଛି । ସେପଟେ ବଲାଙ୍ଗୀର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଦ୍ୟପ ସ୍ଵାମୀକୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ