ETV Bharat / state

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, 3 ଗିରଫ - ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ

ବେଆଇନ ଦେଶୀ ମଦ ରନ୍ଧା ଓ ବେପାର ହବ୍ ପାଲଟିଛି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ । ଏନେଇ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଚଢାଉ କରି କୋଡ଼ିଏ କ୍ୟୁଣ୍ଟାଳ ମହୁଲ ପୋଚ ସହ ଚାରି ଶହ ଲିଟର ଦେଶୀ ମଦ ଜବତ କରିଛି । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢାଉ; ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, 3 ଗିରଫ

author img

By

Published : May 20, 2021, 1:46 PM IST

ବଲାଙ୍ଗୀର: କୋରୋନା ସମୟରେ ଏବେ ପ୍ରତ୍ୟେକ ଗ୍ରାମରେ ମଦ ମାଫିଆ ସକ୍ରିୟ ହୋଇ ଉଠିଥିବା ବେଳେ ବେଆଇନ ମଦ କାରବାର ଜୋର୍ ଧରିଛି । ତେବେ ଏହିଭଳି ବେଆଇନ ଦେଶୀ ମଦ ରନ୍ଧା ଓ ବେପାରର ହବ୍ ପାଲଟିଛି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ । ଏହି ଗ୍ରାମରେ ଅଧିକାଂଶ ଲୋକ ଏହି ବେଆଇନ କାମକୁ ନିଜର ପେଶା କରି ଚଲିଛନ୍ତି ।

ଅବକାରୀ ବିଭାଗର ଚଢାଉ; ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, 3 ଗିରଫ

ଏନେଇ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ଅବକାରୀ ଉପ ଅଧିକ୍ଷକ, ପାଟଣାଗଡ଼ ତହସିଲଦାର ଓ ବଲାଙ୍ଗୀର ମୋବାଇଲ୍ ଟିମ ମିଳିତ ଭାବରେ ଏହି ଗ୍ରାମରେ ଚଢାଉ କରିଥିଲେ । ଏବଂ କୋଡ଼ିଏ କ୍ୟୁଣ୍ଟାଳ ମହୁଲ ପୋଚ ସହ ଚାରି ଶହ ଲିଟର ଦେଶୀ ମଦ ଜବତ କରିଥିଲେ । ସେହିପରି ଏହି ମାମଲାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.