ବଲାଙ୍ଗୀର: ଜିଲ୍ଲାର ମହଖଣ୍ଡ ଜଙ୍ଗଲ ପାଖ ରତାଖଣ୍ଡି ଜୋର ନିକଟ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗାଁର କେଶବ ମେହେର । ସେ ଜଣେ କପଡା ବ୍ୟବସାୟୀ । ତୁରେଇକେଲା ପୋଲିସ ଘଟଣାସ୍ଥଳର ପହଁଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଗତକାଲି(ରବିବାର) ସନ୍ଧ୍ୟାରୁ ସେ ନିଜ ବାଇକ ଯୋଗେ ଘରୁ ବାହାରିଥିଲେ। ରାତିରେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ସକାଳ ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଜଣେ ଲୋକ ଏହାକୁ ଦେଖି ପରିବାର ଓ ପୋଲିସକୁ ଖବର ଦେଇଥିଲେ।
ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କୁ କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ଆସି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ ମୃତକଙ୍କ ପୁଅ ତୁରେଇକେଲା ଥାନାରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ