ETV Bharat / state

ମିଳିଲାନି ଚାରିକାନ୍ଧ: ବାପାର ମୃତଦେହକୁ ସ୍କୁଟିରେ ବୋହିଲେ ପୁଅ - a covid patient dead body

ବଲାଙ୍ଗୀର ବେଲପଡ଼ା ବ୍ଲକ ସଲଣ୍ଡି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । କୋରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପାଖକୁ କେହି ଗ୍ରାମବାସୀ ପାଖ ଭିଡି ନଥିଲେ । ଶେଷରେ ମରଶରୀରରକୁ ସ୍କୁଟିରେ ବୋହି ଅନ୍ତିମ ସଂସ୍କାର କରିଛନ୍ତି ମୃତବ୍ୟକ୍ତିଙ୍କ 2ପୁଅ । ଅଧିକ ପଢନ୍ତୁ...

ମୃତଦେହକୁ ସ୍କୁଟିରେ ବୋହିଲେ ପୁଅ
ମୃତଦେହକୁ ସ୍କୁଟିରେ ବୋହିଲେ ପୁଅ
author img

By

Published : Apr 30, 2021, 8:52 AM IST

Updated : Apr 30, 2021, 9:18 AM IST

ବଲାଙ୍ଗୀର: ମାନବିକତା ଭୁଲାଇ ଦେଉଛି କୋରୋନା । ମହାମାରୀ ସଂକ୍ରମଣର ଭୟ ଏତେ ଯେ, ଯାହାକୁ ନେଇ ପୁଣି ବଲାଙ୍ଗୀରରୁ ଆସିଛି ବିକଳ ଚିତ୍ର । କୋରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପାଖକୁ କେହି ଗ୍ରାମବାସୀ ପାଖ ଭିଡି ନଥିଲେ । ଶେଷରେ ମରଶରୀରରକୁ ସ୍କୁଟିରେ ବୋହି ଅନ୍ତିମ ସଂସ୍କାର କରିଛନ୍ତି ମୃତବ୍ୟକ୍ତିଙ୍କ 2ପୁଅ । ବଲାଙ୍ଗୀର ବେଲପଡ଼ା ବ୍ଲକ ସଲଣ୍ଡି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

ମୃତଦେହକୁ ସ୍କୁଟିରେ ବୋହିଲେ ପୁଅ

ଏଠିକାର ଉଦ୍ଧବ ବେହେରା କୋରୋନା ସଂକ୍ରମିତ ଥିବାବେଳେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଗ୍ରାମବାସୀ କିମ୍ବା ସମ୍ପର୍କୀୟ କୋରୋନା ଭୟରେ ପାଖମାଡ଼ି ନଥିଲେ। ଅନ୍ୟପଟେ କୌଣସି ଉପାୟ ନପାଇ ମୃତବ୍ୟକ୍ତିଙ୍କ ପୁଅମାନେ ପିପିଇ କିଟ ପିନ୍ଧି ନିଜ ସ୍କୁଟିରେ ମୃତଦେହକୁ ବୋହିନେଇ ଗାଁ ମୁଣ୍ଡରେ ଅନ୍ତିମ ସଂସ୍କାର କରିଛନ୍ତି।

ତେବେ ସୂଚନା ଥାଉ କି, ଏଭଳି ଖପ୍ରାଖୋଲ ଭାଲୁ ଡଙ୍ଗୁରି ଗ୍ରାମରେ ମଧ୍ୟ ଜଣେ ପୁଅ ନିଜ ବାପର ଶବକୁ ସାଇକେଲରେ ବୋହିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଏବଂ ପୁଣି ଏହି ଘଟଣା ଏବେ ପୁନରାବୃତ୍ତି ହୋଇଥିବା ବେଳେ ଆମ ମାନବ ସମାଜ ପୁଣି ଲଜ୍ଜିତ ହୋଇଛି। ସେପଟେ ପ୍ରଶାସନ କୌଣସି ଶବକୁ ଅସହାୟ ଛାଡ଼ିବା ନାହିଁ ବୋଲି କହିବା ସତ୍ତ୍ବେ ଏଭଳି ଘଟଣା ସାମ୍ନାକୁ ଆସିବା ନିଶ୍ଚୟ ଚିନ୍ତାର ବିଷୟ ହୋଇଛି।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 30, 2021, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.