ETV Bharat / state

5T ସଚିବଙ୍କ ୨ ଦିନିଆ ବଲାଙ୍ଗୀର ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - 5ଟି ସଚିବ ଭିକେ ପଣ୍ଡିଆନ

ବଲାଙ୍ଗୀର ଜିଲ୍ଲା ଦୁଇ ଦିନିଆ ଗସ୍ତରେ 5ଟି ସଚିବ ଭିକେ ପଣ୍ଡିଆନ । ଲୋକଙ୍କ ଅଭିଯୋଗ ଶୁଣିବା ସହ ଚାଷୀଙ୍କ ପାଇଁ କଲେ ବଡ଼ ଘୋଷଣା । ଅଧିକ ପଢନ୍ତୁ

http://10.10.50.80:6060///finalout3/odisha-nle/finalout/06-August-2023/19198178_blg.mp4
ବଲାଙ୍ଗୀର ଜିଲ୍ଲା ଦୁଇ ଦିନିଆ ଗସ୍ତରେ 5ଟି ସଚିବ ଭିକେ ପଣ୍ଡିଆନ
author img

By

Published : Aug 6, 2023, 9:51 PM IST

Updated : Aug 6, 2023, 10:53 PM IST

ବଲାଙ୍ଗୀର ଜିଲ୍ଲା ଦୁଇ ଦିନିଆ ଗସ୍ତରେ 5ଟି ସଚିବ ଭିକେ ପଣ୍ଡିଆନ

ବଲାଙ୍ଗୀର: ବଲାଙ୍ଗୀର ଦୁଇ ଦିନିଆ ଗସ୍ତରେ ରାଜ୍ୟ 5ଟି ସଚିବ ଭିକେ ପାଣ୍ଡିଆନ । ଗସ୍ତରେ ତୁଷୁରା ଠାରେ ଚାଷୀଙ୍କ ପାଇଁ କଲେ ବଡ଼ ଘୋଷଣା । ଫସଲ ବୀମା ପ୍ରିମିୟମ ଟଙ୍କା ସବୁ ସରକାର ଦେବେ । ସେହିପରି ତୁଷୁରା ସମଲେଇ ପୀଠର ଓ ତୁଷୁରା ଡାକ୍ତରଖାନାର ବିକାଶ ଦାବି ସାତ ଦିନ ମଧ୍ୟରେ ସରକାର ନେବେ ଓ କାମ ଶୀଘ୍ର ହେବ ବୋଲି ଭିକେ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଥମ ଦିନରେ ସେ ତୁଷୁରା, ଜରସିଂହା, ବେଲାପଡା, ହରିଶଙ୍କର ଗସ୍ତ କରିଥିଲେ । ସେହିପରି ସବୁଠି ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହ ତାଙ୍କୁ 7 ଦିନ ମଧ୍ୟରେ ତାଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଗୁଡଭେଲା ବ୍ଲକ ତୁଷୁରାକୁ ସେ ପ୍ରଥମେ ଗସ୍ତ କରିଥିଲେ । ମା’ ସମଲେଇଙ୍କ ପୀଠରେ ପୂଜା ଅର୍ଚ୍ଚନା କରି ଏକ ସଭାରେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଏଠିକାର ଲୋକଙ୍କ ଦାବିକୁ ନେଇ ସେ 7 ଦିନ ମଧ୍ୟରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଏହାଛଡା ଏଠିକାର ଦୀର୍ଘ ଦିନର ଦାବି ସମଲେଇ ପୀଠର ବିକାଶ ଶୀଘ୍ର ହେବ ଓ ପୀଠକୁ ଭବ୍ୟ ଓ ସୁନ୍ଦର କରାଯିବା ସହ ସବୁ ସୁବିଧା କରାଯିବ ବୋଲି ସେ କହିଥିଲେ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏକ ବିସ୍ତୃତ ପ୍ଲାନ୍ ତିଆରି କରି ପଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ: ଗଡ଼ଗଡ଼ିଆ ଘାଟରେ ବିଜେଡି କାଉଡ଼ିଆ, ନବୀନ ପାଣ୍ଡିଆନଙ୍କ ଆୟୁଷ ପାଇଁ ଗଲେ ବୋଲବମ

ସେହିପରି ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ଓ ତାର ବିକାଶ ପାଇଁ ମଧ୍ୟ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି 5ଟି ସଚିବ କହିଥିଲେ । ସେହିପରି ଏଠି ଥିବା ଚର୍ଚ୍ଚ, ମସଜିଦ ଓ କମ୍ୟୁନିଟି ସେଣ୍ଟର୍ ପାଇଁ ମଧ୍ୟ ସରକାର ଆସନ୍ତା 7 ଦିନ ମଧ୍ୟରେ ଅନୁଦାନ ଘୋଷଣା କରିବେ ବୋଲି ସେ କହିଥିଲେ । ଏହାଛଡ଼ା ଚାଷୀମାନଙ୍କ ପାଇଁ ସେ ଏକ ବଡ଼ ଘୋଷଣା କରିବା ସହ କୌଣସି ଚାଷୀଙ୍କୁ ଆଉ ଫସଲ ବୀମା ପାଇଁ ପ୍ରିମିୟମ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିଲେ । ସବୁ ପ୍ରିମିୟମ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସେ ଘୋଷଣା କରିଛନ୍ତି । ସେହିପରି ସବୁ ଚାଷୀଙ୍କୁ ଶୀଘ୍ର ରେଜିଷ୍ଟ୍ରେସନ କରିବା ପାଇଁ ସେ ଅପିଲ କରିଛନ୍ତି । ସେପଟେ ଆଜି 5ଟି ସଚିବଙ୍କ ଗସ୍ତରେ ହଜାରହଜାର ଲୋକ ଓ ସଂଗଠନ ଅଭିଯୋଗ ନେଇ ତାଙ୍କୁ ଦେଖା କରିବାକୁ ଆସିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 6, 2023, 10:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.