ETV Bharat / state

ବଲାଙ୍ଗୀରରେ 5 ନୂଆ ମାମଲା, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ - ବଲାଙ୍ଗୀରରେ 5 କୋରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀରରେ ପୁଣି 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତା ବଢାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

5 ନୂଆ ମାମଲା, ଚିନ୍ତା ବଢାଉଛି ସ୍ଥାନୟୀ ସଂକ୍ରମଣ

author img

By

Published : Jul 21, 2020, 7:24 PM IST

ବଲାଙ୍ଗୀର: କୋରୋନା ବିସ୍ତାର ଏବେ ଅସୀମିତ । ବଲାଙ୍ଗୀର ଜିଲ୍ଲାରେ କୋରୋନା ବଢି ଚାଲିଥିବା ବେଳେ ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତାର ବିଷୟ ହୋଇଛି । ଯେଉଁଥିରେ ମଙ୍ଗଳବାର ପୁଣି ସହର ଓ ଗ୍ରାମଞ୍ଚଳରୁ ସ୍ଥାନୀୟ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛି । ତେବେ ମଙ୍ଗଲବାର ପାଞ୍ଚ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର କଣ୍ଟେନମେଣ୍ଟ ଜୋନ ଟାଲପାଲି ପଦାରୁ ଜଣେ ସ୍ଥାନୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମାନ ଭାବରେ ଖପ୍ରାଖୋଲ ବ୍ଲକ ଦେଧର ଗ୍ରାମରୁ ଜଣେ ଓ ବରକାନି ଗ୍ରାମରୁ ଜଣେ ସ୍ଥାନୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାଛଡା ବଙ୍ଗୋମୁଣ୍ଡାରୁ ଦୁଇ ଜଣ ବାହାର ରାଜ୍ୟ ଫେରନ୍ତା ମଧ୍ୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏସବୁକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 291ରେ ପହଞ୍ଚିଥିବା ବେଳେ 256 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେ 35 ଜଣ ଆକ୍ଟିଭ ମାମଲା ଭାବରେ ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.