ETV Bharat / state

ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ, 5ଗିରଫ

author img

By ETV Bharat Odisha Team

Published : Sep 26, 2023, 10:13 AM IST

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଆବାସ ଯୋଜନା ଆବଣ୍ଟନରେ ମହାଦୁର୍ନୀତି ଅଭିଯୋଗର ଗୁମର ଖୋଲିଛି ପୋଲିସ । ଜିଆରଏସ ଓ ଜିଓ ଟ୍ୟାଗ କର୍ମଚାରୀଙ୍କ ସମେତ 5 ଅଭିଯୁକ୍ତ ଗିରଫ । ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଚଞ୍ଚକତା କରି ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଥିଲା ଆବାସ । ଅଧିକ ପଢ଼ନ୍ତୁ

ଆବାସ ଯୋଜନାରେ ମହାଦୁର୍ନୀତି, 5ଗିରଫ
ଆବାସ ଯୋଜନାରେ ମହାଦୁର୍ନୀତି, 5ଗିରଫ

ଆବାସ ଯୋଜନାରେ ମହାଦୁର୍ନୀତି, 5ଗିରଫ

ବଲାଙ୍ଗୀର: ବଲାଙ୍ଗୀରରେ ଆବାସ ଯୋଜନାରେ ଦୁର୍ନୀତି ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଜିଆର୍‌ଏସ୍‌ ଓ ଜିଓ ଟ୍ୟାଗ୍‌ କର୍ମଚାରୀଙ୍କ ସମେତ 5 ଅଭିଯୁକ୍ତ ଗିରଫ କଲା ଖପ୍ରାଖୋଲ ପୋଲିସ । ପୂର୍ବରୁ 2 ନକଲି ହିତାଧିକାରୀ ଓ ଜଣେ କର୍ମଚାରୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଆବାସ ଯୋଜନା ଆବଣ୍ଟନରେ ମହାଦୁର୍ନୀତି ଅଭିଯୋଗର ଗୁମର ଖୋଲିଛି ପୋଲିସ । ତେବେ ଯୋଗ୍ୟ ହିତାଧିକାରୀମାନେ ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ଅଯୋଗ୍ୟ ଘର ପାଇଥିବାର ଅଭିଯୋଗ ହୋଇଥିଲା। ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗ ପରେ ଜିଲ୍ଲାପାଳ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବଂ ସ୍ଥାନୀୟ ବିଡ଼ିଓ ଏହାର ତଦନ୍ତ କରି ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ତଦନ୍ତ କରି ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରକୁ ସେପ୍ଟେମ୍ବର 18ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାରେ ଜିଆରଏସ ଓ ଜିଓ ଟ୍ୟାଗ କର୍ମଚାରୀ ସମ୍ପୃକ୍ତି ଥିବା ବେଳେ ସେମାନେ ଫେରାର ହୋଇଯାଇଥିଲେ । ଯାହାଙ୍କୁ ଖପ୍ରାଖୋଲ ପୋଲିସ ଛତିଶଗଡ଼ରୁ ଗିରଫ କରିବାରେ ସଫଳ ହୋଇଛି ।

ତେବେ ତେଲେନପାଲି ପଞ୍ଚାୟତ କର୍ଲାମାଲ୍ ଗାଁରେ 2018-19 ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମକ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିବା ବେଳେ ତାଙ୍କ କୋଡ଼ ବ୍ୟବହାର କରି ଗାଁର ଟିକେମଣି ବାଗକୁ ଘର ଚଞ୍ଚକତା କରି ଦିଆଯାଇଥିଲା । କୌଶଲ୍ୟା ଘର ପାଇ ନଥିବା ଜଣାଇବା ସହ ଏନେଇ ଅଭିଯୋଗ କରିଥିଲେ ।

ସେହିପରି ଯୁନାନିବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନ ଥିବା ବେଳେ ତାର ନାମରେ ଅନଲାଇନରେ ଘର ହୋଇଥିବା ବେଳେ ସେହି କୋଡ୍‌ ବ୍ୟବହାର କରି ଧରୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଘର ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେର, ତତ୍କାଳୀନ ଜିଆରଏସ ବିପିନ ବେହେରା, ଜିଓ ଟ୍ୟାଗ ଗୋଲାପ ପୋଡ଼ଙ୍କ ସମ୍ପୃକ୍ତି ନେଇ ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ସେପ୍ଟେମ୍ବର 5ତାରିଖରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । କିଛିଦିନ ତଳେ ଦୁଇ ନକଲି ହିତାଧିକାରୀ ଏବଂ ତତ୍କାଳୀନ ପିଇଓ ଲଳିତ ମେହେରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଥିବା GRS ବିପିନ ବେହେରା ଏବଂ ଜିଓ ଟ୍ୟାଗ୍ ଗୋଲାପ ପୋଢ଼କୁ ଛତିଶଗଡ଼ର ମହାଶମୁନ୍ଦ ଜିଲ୍ଲା ସରାଇପାଲି ଥାନା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ତେବେ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କହିଛନ୍ତି ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.