ETV Bharat / state

ବଲାଙ୍ଗୀରରେ ଜମି କେଳେଙ୍କାରୀ: ୩ଜଣକୁ ବାନ୍ଧିଲା ପୋଲିସ

author img

By

Published : Jul 6, 2022, 3:43 PM IST

ବଲାଙ୍ଗୀରରେ ଜମି କେଳେଙ୍କାରୀରେ । ମୃତବ୍ୟକ୍ତି ନାଁରେ ଜମି ବିକ୍ରୀ ନେଇ ଗୁରୁତର ଅଭିଯୋଗ ହୋଇଛି । ଏହି ଘଟଣାରେ ମୋଟ ୪ଟି ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ୩ ଜଣକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଜମି କେଳେଙ୍କାରୀ: ୩ଜଣକୁ ବାନ୍ଧିଲା ପୋଲିସ
ବଲାଙ୍ଗୀରରେ ଜମି କେଳେଙ୍କାରୀ: ୩ଜଣକୁ ବାନ୍ଧିଲା ପୋଲିସ

ବଲାଙ୍ଗୀର: ଜିଲ୍ଲାରେ ଜମି କେଳେଙ୍କାରୀ । ପୁଣି ମୃତ ବ୍ୟକ୍ତିଙ୍କୁ ଜୀବିତ ଦେଖାଇ ଜମି ବିକ୍ରୀ କରିଛନ୍ତି ଜମି ମାଫିଆ । ଏନେଇ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏଯାଏଁ ମୋଟ ୪ଟି ଘଟଣା ସାମ୍ନାକୁ ଆସିଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ବଲାଙ୍ଗୀର ମେଡିକାଲ କଲେଜ ପାଖରେ ଥିବା ଜମିକୁ ଚାଞ୍ଚକତା କରି ଚାରି ଜଣଙ୍କୁ ବିକ୍ରୀ କରାଯାଇଛି । ବଲାଙ୍ଗୀର ଆଠଗା ନିବାସୀ ମୃତ ଚେତମନି ଭୋଇଙ୍କ ନାଁରେ ରହିଥିଲା ପ୍ରାୟ ୨୩୫ ଡିସିମିଲ ଜମି । ଏହି ଜମିକୁ ଜମି ମାଫିଆମାନେ ବିକ୍ରୀ କରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ଚେତମନିଙ୍କ ସ୍ବାମୀ ସତ୍ୟବାନ ଭୋଇ । ଅଭିଯୋଗ ଆସିବା ପରେ ବଲାଙ୍ଗୀର ଉପ ନିର୍ବନ୍ଧକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜମି ମାଫିଆମାନେ ତହସିଲ ଅଫିସର କେତେକ ଅସାଧୁ କର୍ମଚାରୀଙ୍କୁ ହାତ କରି ଜମି ବିକ୍ରୀ କରିଥିବା ନେଇ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ବଲାଙ୍ଗୀରରେ ଜମି କେଳେଙ୍କାରୀ: ମାଫିଆଙ୍କ ବିରୋଧରେ ହେବ କଠୋର କାର୍ଯ୍ଯାନୁଷ୍ଠାନ କହିଲେ SP

ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରୀ ନେଇ ଏଯାଏଁ ଥାନାରେ ଚାରୋଟି ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ପୋଲିସ୍ ଏହି ମାମଲାରେ ମାଷ୍ଟର ମାଇଣ୍ଡ ମାଧବ ପୃଷ୍ଟି ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଜମି କେଳେଙ୍କାରୀରେ ବଲାଙ୍ଗୀର ତହସିଲଦାରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଆଜି ତହସିଲ ଅଫିସର ରେକର୍ଡ କିପର ମକରଧ୍ବଜ କାଲସାଏକୁ ପୋଲିସ୍ ଅଟକ ରଖି ତଦନ୍ତ ଚଳାଇଛି । ସେପଟେ ଜମି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.