ETV Bharat / state

ଝାଡାବାନ୍ତିର ଶିକାର ହେଲେ 25ରୁ ଉର୍ଦ୍ଧ୍ବ ଛାତ୍ରୀ - ଆବାସିକ ସ୍କୁଲରେ ଛାତ୍ରଛାତ୍ରୀ ଅସୁସ୍ଥ

Students Sick In School: ଟିଟିଲାଗଡ ବ୍ଲକ ଦେଶିଲ ଗ୍ରାମ ସ୍ଥିତ ସରକାରୀ ଆଦିବାସୀ ଆବାସିକ ବିଦ୍ୟାଳୟରେ 25ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇଥାବା ଜଣାପଡ଼ିଛି । ପାଣି ପାଇଁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ଝାଡାବାନ୍ତିର ଶିକାର ହେଲେ 25ରୁ ଉର୍ଦ୍ଧ୍ବ ଛାତ୍ରୀ

author img

By ETV Bharat Odisha Team

Published : Jan 15, 2024, 10:38 PM IST

ଝାଡାବାନ୍ତିର ଶିକାର ହେଲେ 25ରୁ ଉର୍ଦ୍ଧ୍ବ ଛାତ୍ରୀ

ବଲାଙ୍ଗୀର: ଜିଲ୍ଲାର ଏକ ସରକାରୀ ଆବାସିକ ସ୍କୁଲର ବହୁ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଝାଡାବାନ୍ତି ବ୍ୟାପିବାରୁ 25ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ଜଣାପଡିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚି ଚିକିତ୍ସା କରୁଥିବାବେଳେ ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବ୍ଲକ ଦେଶିଲ ଗ୍ରାମ ସ୍ଥିତ ସରକାରୀ ଆଦିବାସୀ ଆବାସିକ ସ୍କୁଲର ଏଭଳି ଘଟିଛି । ତେବେ କେଉଁ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ତାହା ଜଣାପଡିନାହିଁ ।

ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାନୁନ କିଶୋର ଭୋଇଙ୍କ କହିବା ଅନୁସାରେ ଆଜି ସକାଳୁ କିଛି ଛାତ୍ରଛାତ୍ରୀଙ୍କୁ ପେଟ ବ୍ୟଥା ସହ ଝାଡାବାନ୍ତି ହୋଇଥିଲା । ଅପରାହ୍ନରେ ଏଭଳି କି କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ତେବେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନା ଆଣିବା ସମ୍ଭବ ନା ହେବାରୁ ,ସେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ଖବର ପାଇ ଖୋଲାନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ମୀନକେତନ କିଷାନଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ଆସି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କର ଚିକିତ୍ସା କରିଥିଲେ । ସମସ୍ତ ଛାତ୍ରୀଙ୍କୁ ଆବଶ୍ୟକ ଔଷଧ ସହ ଓ ଆରଏସ ବଣ୍ଟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ଆଜି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟନ, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ

ଏହା ମଧ୍ୟ ପଢନ୍ତୁ ....ଭିତ୍ତିଭୂମି ଥାଇ ବି ଲୋକଙ୍କୁ ମିଳୁନି ଉନ୍ନତ ଚିକିତ୍ସା ସୁବିଧା, ବଢୁଛି ରେଫର ସଂଖ୍ୟା

ଅନ୍ୟପଟେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଛାତ୍ରୀମାନେ ବର୍ତ୍ତମାନ ସୁସ୍ଥ ରହିଛନ୍ତି । କାହାକୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକତା ନଥିବା ସୂଚନା ଦେଇଛନ୍ତି ଖୋଲା ସ୍ବାସ୍ଥ୍ୟ ଅଧିକାରୀ । ତେବେ ହଷ୍ଟେଲ ମେସରେ ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଅଭିଯୋଗ ହୋଇଛି । ସେହିପରି ବିଦ୍ୟାଳୟରେ ଗତ ୩ରୁ ୪ଦିନ ହେଲା ସକାଳ ୮ରୁ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ଯୋଗୁଁ ପାଣି ଫିଲଟର କାମ କରୁନଥିବା ଅଭିଯୋଗ ହୋଇଛି । ତେଣୁ ପିଲାମାନେ ବୋରୱେଲରୁ ପାଣି ସଂଗ୍ରହ କରି ପିଇବା ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଇଛି ।ଏହି ବିଦ୍ୟାଳୟରେ ୧୯୭ ଛାତ୍ରୀ ହଷ୍ଟେଲରେ ରହୁଥିବାବେଳେ ୧୮୬ ଜଣ ଛାତ୍ରୀ ଡେସ୍କଲାର ରହିଛନ୍ତି । ନିୟମିତ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବା ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ .....ରାଉରକେଲାରେ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍, ସ୍ଥିତିରେ ଆସୁଛି ସୁଧାର

ଇଟିିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.