ETV Bharat / state

ବରଗଡରେ ଉଦଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପି‌ଟାଲ - ବଡଗଡରେ କୋବିଡ-19 ହସପିଟାଲ

ବରଗଡରେ 200 ଶଯ୍ୟା ବିଶିଷ୍ଟ ନୂତନ କୋଭିଡ-19 ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ବରଗଡରେ ଉଦଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପି‌ଟାଲ

author img

By

Published : Apr 20, 2020, 10:48 PM IST

ବରଗଡ: ସୋମବାର ଜିଲ୍ଲାରେ କୋଭିଡ଼-19 ହସ୍ପିଟାଲର ଶୁଭ ଉଦଘାଟନ ହୋଇଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜନନୀ ଓ ଶିଶୁ ଚିକିତ୍ସାଳୟ ବିଲ୍ଡିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଥିଲେ । ଏହି ସମୟରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ,ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଭୁତି ଭୂଷଣ ମେହେର ଓ ଅନ୍ୟାନ୍ୟ ଡାକ୍ତର ପ୍ରମୁଖ ଉପସ୍ଥିତ ଥିଲେ ।

ବରଗଡରେ ଉଦଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପି‌ଟାଲ

ବରଗଡ଼ ସ୍ଥିତ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଏହି କୋଭିଡ-19 ହସ୍ପିଟାଲର ପରିଚାଳନା ଦାୟିତ୍ବ ଦିଆଯାଇଛି । ହସ୍ପିଟାଲଟି 200 ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷା କେନ୍ଦ୍ରରେ(ପଲିଟେକନିକ) 100 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି । କୋଭିଡ ହସ୍ପିଟାଲର ନିର୍ମାଣ ପାଇଁ ଭାରତୀୟ ତୈଳ ନିଗମ ଅନୁଦାନ ଯୋଗାଇ ଦେଉଥିବା ବିଷୟ ବରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ବିଭୁତି ଭୂଷଣ ମେହେର ଓ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲାର କୋଭିଡ-19 ହସ୍ପିଟାଲକୁ 5 'ଟି' ସଚିବ ଓ ମୁଖ୍ୟ ଶାସନ ସଚିବ 2 ଦିନ ପୂର୍ବରୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.