ETV Bharat / state

ବଲାଙ୍ଗୀରରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 14, 2020, 3:51 PM IST

ରବିବାର ବଲାଙ୍ଗୀରରେ ପୁଣି ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 143ରେ ପହଞ୍ଚିଛି ।

corona
ବଲାଙ୍ଗୀରରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର: ରାଜ୍ୟରେ କ୍ରମାଗତ ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏହି କ୍ରମରେ ରବିବାର ବଲାଙ୍ଗୀରରେ ପୁଣି ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 143ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଖପ୍ରାଖୋଲ ବ୍ଲକ ସାହାଜ ପାଣି ଗ୍ରାମର ଥିବା ଜଣାପଡିଛି । ଏମାନେ ନିକଟରେ ମୁମ୍ବାଇରୁ ଫେରି ଜିଲ୍ଲା ସଂଗରୋଧ କେନ୍ଦ୍ରରେ ଥିଲେ। ଦୁଇ ଜଣ ଆକ୍ରାନ୍ତଙ୍କୁ ବଲାଙ୍ଗୀର କିମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାଙ୍କ ସଂଖ୍ୟା 143ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 107 ଜଣ ସୁସ୍ଥ ହୋଇଥିବା ବେଳେ 36 ଜଣ ଆକ୍ରାନ୍ତ ଏବେବି ଆକ୍ଟିଭ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.