ETV Bharat / state

ବଲାଙ୍ଗୀରରେ ଦୁଇ କୋରୋନା ସନ୍ଦିଗ୍ଧ

ବଲାଙ୍ଗୀରରେ ଦୁଇ କୋରୋନା ସନ୍ଦିଗ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉଭୟେ ସ୍ବାମୀ ଓ ସ୍ତ୍ରୀ ନିକଟରେ କାନାଡାରୁ ଫେରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

author img

By

Published : Mar 13, 2020, 9:17 PM IST

2 corona suspected in bolangir
ବଲାଙ୍ଗୀରରେ ଦୁଇ କୋରୋନା ସନ୍ଦିଗ୍ଧ

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆତଙ୍କ । ଭୀମଭୋଇ ମେଡିକାଲ କଲେଜରେ ଦୁଇଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଟିଟିଲାଗଡ଼ ଅଞ୍ଚଳର ଏହି ବ୍ୟକ୍ତି ନିକଟରେ ନିଜର ସମ୍ପର୍କୀୟଙ୍କ ଏଠି ମୃତ୍ୟୁ ହେବାପରେ କାନାଡ଼ାରୁ ବଲାଙ୍ଗୀର ଆସିଥିଲେ ।

ତେବେ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ କୋରୋନା ସନ୍ଦିଗ୍ଧ ଭାବରେ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଛି । ଦୁଇ ଜଣଙ୍କୁ କୋରୋନା ସ୍ବତନ୍ତ୍ର ୱାର୍ଡରେ ରଖି ତାଙ୍କର ଯାଞ୍ଚ ଜାରି ରହିଛି । ଏହାସହ ଉଭୟଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ଭୁବନେଶ୍ବର ପଠାଇ ଦିଆଯାଇଛି ।

ବଲାଙ୍ଗୀରରେ ଦୁଇ କୋରୋନା ସନ୍ଦିଗ୍ଧ

ଅନ୍ୟପଟେ ଉଭୟଙ୍କ ଠାରେ କୋରୋନାର କୌଣସି ଲକ୍ଷଣ ଦେଖାଯାଇ ନଥିବାର ମଧ୍ୟ ଡାକ୍ତର କହିବା ସହ ସାବଧାନତା ସହ ତାଙ୍କର ପରୀକ୍ଷା ଯାଞ୍ଚ ଚାଲିଥିବା ନେଇ କଲେଜ କର୍ତ୍ତୃପକ୍ଷ କହିଛନ୍ତି । ତେବେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ କୋରୋନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଦୁଇଟି ଆଇସିୟୁ ସହିତ ଚାରୋଟି ଶଯ୍ୟା ପ୍ରସ୍ତୁତ ରଖାଯାଇଛି ।

ସମାନ ଭାବରେ ବିଶେଷଜ୍ଞ ଡାକ୍ତରଙ୍କ ଏକ କମିଟି ମଧ୍ୟ ଗଠନ କରାଯାଇଛି । ତେବେ କୋରୋନାକୁ ନେଇ ଲୋକୋ ଭୟବିତ ନ ହୁଅନ୍ତୁ ଓ କେବଳ ସତର୍କ ରୁହନ୍ତୁ ବୋଲି କଲେଜ ସୁପରିଟେଣ୍ଡେଣ୍ଟ ପରାମର୍ଶ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.