ETV Bharat / state

ହରିଶଙ୍କର ପୀଠକୁ ସରକାରଙ୍କ ଉପେକ୍ଷା ଅଭିଯୋଗ, ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ - ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ

ବଲାଙ୍ଗୀର ପ୍ରସିଦ୍ଧ ହରିଶଙ୍କର ପୀଠରେ ବିକାଶମୂଳକ କାର୍ଯ୍ୟ ନେଇ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଆଜି ୧୨ ଘଣ୍ଟିଆ ଖପ୍ରାଖୋଲ ବ୍ଲକକୁ ବନ୍ଦ କରିଛନ୍ତି । ଅଧିକ ପଢନ୍ତୁ

୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ
୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ
author img

By

Published : Oct 17, 2022, 10:00 PM IST

ବଲାଙ୍ଗୀର: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହରିଶଙ୍କର ପୀଠକୁ ଅବହେଳା ଅଭିଯୋଗରେ ଜାରି ରହିଛି ଆନ୍ଦୋଳନ । ସୋମବାର ଏହାକୁ ନେଇ ଖପ୍ରାଖୋଲ ବ୍ଲକକୁ ବାର ଘଣ୍ଟିଆ ବନ୍ଦ କରିଛି କୋଶଳ ମୁକ୍ତିମୋର୍ଚ୍ଚା । ବଲାଙ୍ଗୀରର ପ୍ରସିଦ୍ଧ ହରିଶଙ୍କର ପୀଠକୁ ଅବହେଳା କରାଯାଇଥିବା ଅଭିଯୋଗ କରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ ସଙ୍ଗଠନ । ସୂଚନା ଅନୁସାରେ, ନିକଟରେ ଓଡ଼ିଶା ମୁଖ ଶାସନ ସଚିବ, ଓଡ଼ିଶା 5T ସଚିବ ପଣ୍ଡିଆନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପ୍ରମୁଖ ଗସ୍ତ କରି ହରିଶଙ୍କର ପୀଠର ବିକାଶର ସପ୍ନ ଦେଖାଇଥିଲେ ।

୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ

ହରିଶଙ୍କର ପୀଠରୁ ନୃସିଂହ ନାଥ ପର୍ଯ୍ୟଟନସ୍ଥଳୀକୁ ରୋପ ୱେ ହେବାକୁ ରହିଥିବା ଦୀର୍ଘ ଦିନର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ହରିଶଙ୍କରରୁ ନରସିଂହ ନାଥ ରୋପ୍‌ ୱେକୁ ସରକାର ନାମଞ୍ଜୁର କରିଥିବାବେଳେ ଏହାକୁ ନେଇ ବିଭିନ୍ନ ସଂଗଠନର ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଡ୍ରଗ୍ସ କଣ୍ଟ୍ରୋଲଙ୍କ ନୂଆ ବ୍ୟବସ୍ଥା, ଔଷଧ ଦୋକାନରେ ଲାଗିଲା ଅଭିଯୋଗ ନମ୍ବର

ଯେଉଁଥିରେ ପୂର୍ବରୁ ହରିଶଙ୍କରଠାରେ ଜଳ ସତ୍ୟାଗ୍ରହ କରୁଥିବା କୋଶଳ ମୁକ୍ତି ମୋର୍ଚ୍ଚା ଆଜି ହରିଶଙ୍କର ପୀଠ ତଥା ସମ୍ପୂର୍ଣ୍ଣ ଖପ୍ରାଖୋଲ ବ୍ଲକକୁ ବାର ଘଣ୍ଟିଆ ବନ୍ଦ କରିଛନ୍ତି । ଏହାସହ ଶତାଧିକ ଆନ୍ଦୋଳନକାରୀ ବ୍ଲକ କାର୍ଯ୍ୟାଳୟ ଓ ହରିଶଙ୍କର ପୀଠରେ ଧାରଣା ଦେଇଛନ୍ତି । ତେବେ ଆଜିର ଏହି ବନ୍ଦ ଯୋଗୁଁ ଖପ୍ରାଖୋଲ ବ୍ଲକର ସବୁ ଦୋକାନ ବଜାର ସରକାରୀ କାର୍ଯ୍ୟାଳୟ ଓ ଗାଡ଼ି ଚଳାଚଳ ସବୁ ବନ୍ଦ ରହିଛି ।

ଏନେଇ ଆନ୍ଦୋଳନକାରୀ କହିଛନ୍ତି ଯେ, "ହରିଶଙ୍କର ପୀଠରୁ ନୃସିଂହ ନାଥ ପର୍ଯ୍ୟଟନ ସ୍ଥଳୀକୁ ରୋପ ୱେ ହେବାର ଥିଲା ।କିନ୍ତୁ ସରକାର ତାହାକୁ ବାତିଲ କରିଛନ୍ତି । ନିଜେ 5T ସଚିବ ଆସି ଆମକୁ କଥା ଦେଇଥିଲେ । ତେବେ କେଉଁ କାରଣ ପାଇଁ ବାତିଲ କରାଯାଇଛି ତାହାର ଜବାବ ଦିଅନ୍ତୁ ସରକାର । ଆମ ଅଞ୍ଚଳର ବିକାଶ କେବେ ଚାହୁଁନାହାନ୍ତି ସରକାର । ସେଥିପାଇଁ ଆଜି ଆମେ ଖପ୍ରାଖୋଲ ବ୍ଲକକୁ ବାର ଘଣ୍ଟିଆ ବନ୍ଦ କରୁଛୁ । ଆମକୁ କୋଶଳ ରାଜ୍ୟ ମାନ୍ୟତା ଦିଅନ୍ତୁ । ଆମେ ନିଜ ଅଞ୍ଚଳର ଉନ୍ନତି ନିଜେ କରିବୁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.