ETV Bharat / state

ପୁଣି ତେଜିଲା କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ବନ୍ଦ ଡାକରା

author img

By ETV Bharat Odisha Team

Published : Sep 13, 2023, 1:15 PM IST

କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ପୁଣି ଆଜି ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ । ଏନେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଅଧିକ ପଢନ୍ତୁ

12 hour kantabanji bandh
12 hour kantabanji bandh
12 hour kantabanji bandh

ବଲାଙ୍ଗୀର: ପୁଣି ତେଜିଲା କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏନେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । କିନ୍ତୁ ଏଥିରୁ ଜରୁରୀକାଳୀନ ସେବା ଏବଂ ପରୀକ୍ଷା ଚାଲୁଥିବା ସ୍କୁଲକୁ ବନ୍ଦରୁ ବାଦ ଦିଆଯାଇଛି । ସ୍ଥାନୀୟ ଇନ୍ଦିରା ଛକ ସହ ସହରର ବିଭିନ୍ନ ସ୍ଥାନରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବନ୍ଦ ପାଳନକୁ ସହରର ବିଭିନ୍ନ ସଂଗଠନ ସମର୍ଥନ କରିଛି । ତେବେ ଆଗକୁ ଜିଲ୍ଲା ଦାବି ପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ।

କଣ୍ଟାବାଞ୍ଜି ସହର ସମେତ ଆଖପାଖ ୪ଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସବୁ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେପଟେ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଏହି ବନ୍ଦ ଡାକରାରେ ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ଆନ୍ଦୋଳନକାରୀ କହିଛନ୍ତି ଯେ," ବିଗତ ୩୦ ବର୍ଷ ହେବ କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ନେଇ ଲୋକେ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ପଦକ୍ଷେପ କିମ୍ବା ପ୍ରତିଶ୍ରୁତି ଦେଇ ନାହାନ୍ତି । ବିଗତ ତିନି ମାସରେ କ୍ରମାଗତ ଭାବରେ ତିନିଥର କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇ ଆନ୍ଦୋଳନ ହୋଇଥିଲା । ସରକାର ଆମ ଦାବିକୁ ଅଣଦେଖା କରିବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛୁ । "

ଏହା ମଧ୍ୟ ପଢନ୍ତୁ- ପୁଣି ତେଜିଲା ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ କଣ୍ଚାବାଞ୍ଜି ବନ୍ଦ ପାଳନ

ସେହିପରି କଣ୍ଟାବାଞ୍ଜି ବଲାଙ୍ଗୀର ମୁଖ୍ୟ ସଦର ମହକୁମା ଠାରୁ 80 କିମି ଦୂରରେ ରହିଛି । ଦାଦନ ସମସ୍ୟା ଏଠି ଗୁରୁତର । ସମାନ ଭାବରେ ଶୁଷ୍କ ଅଞ୍ଚଳ ହୋଇଥିବା ବେଳେ ଚାଷ ମଧ୍ୟ ଏଠି ହୋଇ ପାରେ ନାହିଁ । ଏଥିସହ ଏହି ଅଞ୍ଚଳର ୩ଟି ବ୍ଲକ ଆଜିବି ଅନୁନ୍ନତ ହୋଇ ରହିଛି । ତେଣୁ କଣ୍ଟାବାଞ୍ଜି ଜିଲ୍ଲା ହେଲେ ଏହାର ବିକାଶ ହେବ ବୋଲି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଦାବି କରି ଆସୁଛି । ନିୟମ ଦୃଷ୍ଟିରୁ ମଧ୍ୟ ଏହା ଜିଲ୍ଲା ହେବା ଯୋଗ୍ୟ ବୋଲି ଏମାନେ ଦାବି କରିଛନ୍ତି । ସେପଟେ ଆଜିର ଏହି ବନ୍ଦ ଏଯାଏଁ ଶାନ୍ତି ପୂର୍ଣ୍ଣ ଭାବେ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏଠି ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.