ETV Bharat / state

ପୁଣି ତେଜିଲା ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ କଣ୍ଚାବାଞ୍ଜି ବନ୍ଦ ପାଳନ - ୧୨ ଘଣ୍ଟିଆ କଣ୍ଚାବାଞ୍ଜି ବନ୍ଦ

ପୁଣି ଜିଲ୍ଲା ଦାବି ନେଇ କଣ୍ଟାବାଞ୍ଜି ବନ୍ଦ । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଅଧିକ ପଢ଼ନ୍ତୁ

12 hour kantabanji bandh
୧୨ ଘଣ୍ଟିଆ କଣ୍ଚାବାଞ୍ଜି ବନ୍ଦ
author img

By ETV Bharat Odisha Team

Published : Sep 5, 2023, 5:29 PM IST

୧୨ ଘଣ୍ଟିଆ କଣ୍ଚାବାଞ୍ଜି ବନ୍ଦ

ବଲାଙ୍ଗୀର: ପୁଣି ଜୋର ଧରିଲା କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦରେ ସମସ୍ତ ଦୋକାନ ବଜାର ତଥା ବ୍ୟବସାୟିକ ଓ ସରକାରୀ ପ୍ରତିଷ୍ଠାନ, ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଛି । ସ୍ଥାନୀୟ ଇନ୍ଦିରା ଛକ ଟିକଟରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବନ୍ଦ ପାଳନକୁ ସହରର ବିଭିନ୍ନ ସଂଗଠନ ସମର୍ଥନ କରିଛି ।

କଣ୍ଟାବାଞ୍ଜି ସହର ସମେତ ଆଖ ପାଖ ତିନୋଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସବୁ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେପଟେ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଏହି ବନ୍ଦ ଡାକରାରେ ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ଆନ୍ଦୋଳନକାରୀ କହିଛନ୍ତି, " ବିଗତ ୩୦ ବର୍ଷ ହେବ କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ନେଇ ଲୋକେ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ପଦକ୍ଷେପ କିମ୍ବା ପ୍ରତିଶ୍ରୁତି ଦେଇ ନାହାନ୍ତି । ବିଗତ ମାସରେ କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇ ଆନ୍ଦୋଳନ ହୋଇଥିଲା । ସରକାର ଆମ ଦାବିକୁ ଅଣଦେଖା କରିବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛୁ । " ଦାବି ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ଓ ଆଗକୁ ଏହା ଆହୁରି ତୀବ୍ରତର ହେବ ବୋଲି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଚେତାବନୀ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଜିଲ୍ଲା ମାନ୍ୟତା ଦାବି: ଜିଲ୍ଲା ସଙ୍ଘର୍ଷ ସମିତିର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି ବଲାଙ୍ଗୀର ମୁଖ୍ୟ ସଦର ମହକୁମା ଠାରୁ 80 କିମି ଦୂରରେ ରହିଛି । ଦାଦନ ସମସ୍ୟା ଏଠି ଗୁରୁତର । ସମାନ ଭାବରେ ଶୁଷ୍କ ଅଞ୍ଚଳ ହୋଇଥିବା ବେଳେ ଚାଷ ମଧ୍ୟ ଏଠି ହୋଇ ପାରେ ନାହିଁ । ସେହିପରି ଏହି ଅଞ୍ଚଳର ତିନୋଟି ବ୍ଲକ ଆଯିବି ଅନୁନ୍ନତ ହୋଇ ରହିଛି । ତେଣୁ କଣ୍ଟାବାଞ୍ଜି ଜିଲ୍ଲା ହେଲେ ଏହାର ବିକାଶ ହେବ ବୋଲି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଦାବି କରି ଆସୁଛନ୍ତି । ନିୟମ ଦୃଷ୍ଟିରୁ ମଧ୍ୟ ଏହା ଜିଲ୍ଲା ହେବା ଯୋଗ୍ୟ ବୋଲି ଏମାନେ ଦାବି କରି ଆସୁଛନ୍ତି । ସେପଟେ ଆଜିର ଏହି ବନ୍ଦ ଏଯାଏଁ ଶାନ୍ତି ପୂର୍ଣ୍ଣ ଭାବେ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏଠି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.