ଅନୁଗୋଳ: ପାଲଲହଡା ଥାନା ଅଞ୍ଚଳରେ ଅଘଟଣ । ଗତକାଲି(ଶନିବାର) ବିଳମ୍ବିତ ରାତିରେ ମାଲ୍ୟଗିରି ମହାବିଦ୍ୟାଳୟ ପଛପାଖ ବସ୍ତିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ମହନ୍ତ ସାହିର ଗୁଲୁ ମହାନ୍ତ(୩୫) । ସେ ଗତକାଲି ରାତିରେ ନିଜ ଫାର୍ମ ହାଉସରେ କାମ କରୁଥିବାବେଳେ ଫାର୍ମ ହାଉସ ଦେଇ ଯାଇଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ତେବେ ଆଜି ସକାଳୁ ଘରକୁ ନଫେରିବାରୁ ପରିବାର ଲୋକେ ଫାର୍ମହାଉସ ନିକଟରେ ଖୋଜାଖୋଜି କରି ବିଲ ମଧ୍ୟରେ ମୃତଦେହ ପଡିଥିବା ଦେଖି ପାଲଲହଡା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଲଲହଡା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ