ETV Bharat / state

ପ୍ଲାଣ୍ଟ ପୁନଃ ଚାଲିବା ଦାବି କରି ଆନ୍ଦୋଳନସ୍ଥଳରେ ଶ୍ରମିକଙ୍କ ପୂଜାର୍ଚ୍ଚନା - କମ୍ପାନୀ ଖୋଲିବା ପାଇଁ ପୂଜାପାଠ ଅନୁଗୋଳ

ଅନୁଗୋଳରେ ତାଳଚେର ଟିଟିପିଏସ ପ୍ଲାଣ୍ଟ ପୁନଃ ଚାଲୁ ପାଇଁ ଦାବି କରି ଆନ୍ଦୋଳନରେ ବସିଥିବା ଆନ୍ଦୋଳନକାରୀ ଶେଷରେ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି । ଅଧିକ ପଢନ୍ତୁ....

ପ୍ଲାଣ୍ଟ ଚଳିବା ଦାବିରେ ଆନ୍ଦୋଳନସ୍ଥଳରେ ପୂଜାର୍ଚ୍ଚନା କଲେ ଶ୍ରମିକ

author img

By

Published : Apr 17, 2021, 9:27 PM IST

ଅନୁଗୋଳ: ଜିଲ୍ଲାସ୍ଥିତ ତାଳଚେର ଟିଟିପିଏସ ପ୍ଲାଣ୍ଟ ପୁନଃ ଚାଲୁ ପାଇଁ ଶେଷରେ ଶ୍ରମିକମାନେ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି । ଆନ୍ଦୋଳନକାରୀ ଘଟଣାସ୍ଥଳରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

ପ୍ଲାଣ୍ଟ ଚଳିବା ଦାବିରେ ଆନ୍ଦୋଳନସ୍ଥଳରେ ପୂଜାର୍ଚ୍ଚନା କଲେ ଶ୍ରମିକ

ଗତ ମାର୍ଚ୍ଚ ୩୧ ତାରିଖରେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ବିଭିନ୍ନ ରାଜନୈତିକ ଦଳର ନେତା ବଡ଼ ବଡ଼ ଭାଷଣ ଦେଲେ । ପ୍ଲାଣ୍ଟ ଚାଲୁ ନହେଲେ ତାଳଚେର ଅଞ୍ଚଳରୁ ଖଣ୍ଡେ କୋଇଲା ବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଲେ । ହେଲେ ତାପରେ ଏବେ ସମସ୍ତେ ଚୁପ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । କିନ୍ତୁ ପ୍ଲାଣ୍ଟରେ କାମ କରି ଗୁଜୁରାଣ ମେଣ୍ଟାଉ ଥିବା ପ୍ରାୟ ୧୫୦୦ ଶ୍ରମିକ ବେକାର ହୋଇ ଯାଇଛନ୍ତି । ସେମାନଙ୍କ ଘରେ ଚୁଲି ଜଳୁନି । ଏହାଛଡା ପରୋକ୍ଷ ଭାବେ ପ୍ଲାଣ୍ଟ ଯୋଗୁଁ ଉପକାର ପାଉଥିବା ହଜାର ହଜାର ଲୋକେ ହାତବାନ୍ଧି ବସି ରହିଛନ୍ତି ।

ପ୍ଲାଣ୍ଟ ଚାରିପାଖ ଏବେ ଖାଁ ଖାଁ ଲାଗୁଛି । ସେଦିନରୁ ଆଜି ପର୍ଯ୍ୟନ୍ତ ଶ୍ରମିକ ଏକତା ମଞ୍ଚ ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ସଙ୍ଗଠନର କର୍ମକର୍ତ୍ତା ପ୍ଲାଣ୍ଟ ଆଗରେ ଧାରଣାରେ ବସି ରହିଛନ୍ତି । କିନ୍ତୁ ସେମାନଙ୍କ ଗୁହାରି କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ସେମାନେ ବାଧ୍ୟହୋଇ ଭଗବାନଙ୍କ ଶରଣାପନ୍ନ ହୋଇଥିବା କହିଛନ୍ତି । ତେବେ ଆଜି(ଶନିବାର) ସକାଳୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳା ଓ ଜଗତର ନାଥ ଜଗନ୍ନାଥଙ୍କ ନାମରେ ପୂଜାର୍ଚ୍ଚନା କରିବା ସହ ହୋମ ଯଜ୍ଞ ଆଦି କରିଥିଲେ । କିଭଳି ବନ୍ଦ ହୋଇଯାଇଥିବା ପ୍ଲାଣ୍ଟକୁ ଜୀବନ ଦାନ ମିଳିବ ଏବଂ ଖୁବଶୀଘ୍ର ନୂତନ ପ୍ଲାଣ୍ଟ ଆରମ୍ଭ ହେବ ସେ ଆଶା ନେଇ ଏଭଳି ଯଜ୍ଞର ଆୟୋଜନ କରାଯାଇଥିବା ଆନ୍ଦୋଳନକାରୀ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.