ETV Bharat / state

ଜାତୀୟ ମହିଳା ଭଲିବଲ: ଇଷ୍ଟକୋଷ୍ଟ ରେଲୱେ ଚମ୍ପିୟାନ - ମହିଳା ଭଲିବଲ ଟୁର୍ଣ୍ଣାମେଟ ଶେଷ

ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ପ୍ଲାଣ୍ଟର ଖେଳ ପଡିଆରେ ଆୟୋଜିତ ହୋଇଥିବା ଜାତୀୟ ମହିଳା ଭଲିବଲରେ ଇଷ୍ଟକୋଷ୍ଟ ରେଲୱେ ଚମ୍ପିୟାନ ହୋଇଛି ।

women volleyball tournament
ଇଷ୍ଟକୋଷ୍ଟ ରେଲୱେ ଚମ୍ପିୟାନ
author img

By

Published : Mar 3, 2020, 10:33 AM IST

ଅନୁଗୋଳ: ନ୍ୟାସନାଲ ଥର୍ମାଲ ପାୱାର ଷ୍ଟେସନ ବା ଏନଟିପିସି(NTPC) ପକ୍ଷରୁ ଆୟୋଜିତ ହୋଇଥିବା ଜାତୀୟ ମହିଳା ଭଲିବଲ ଟୁର୍ଣ୍ଣାମେଟ ଶେଷ ହୋଇଛି । ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ପ୍ଲାଣ୍ଟର ଖେଳ ପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା । ମ୍ୟାଚ ଫାଇନାଲରେ ଛତିଶଗଡ଼କୁ ହରାଇ ଇଷ୍ଟକୋଷ୍ଟ ରେଲୱେ ଚମ୍ପିୟାନ ହୋଇଛି ।

ଇଷ୍ଟକୋଷ୍ଟ ରେଲୱେ ଚମ୍ପିୟାନ

ଯେଉଁଥିରେ ମୋଟ 6ଟି ମହିଳା ଦଳ ଭାଗ ନେଇଥିଲେ । ପାଞ୍ଚ ଟିକିଆ ସେଟ ବିଶିଷ୍ଟ ଫାଇନାଲ ମ୍ୟାଚ ଇଷ୍ଟକୋଷ୍ଟ ରେଲୱେ 3 ଟି ସେଟ ଜିତିଥିବାବେଳେ ଛତିଶଗଡ଼ ମାତ୍ର ଗୋଟିଏ ସେଟ ଜିତିବାର ସକ୍ଷମ ହୋଇଥିଲା ।

ଉଭୟ ଲିଗ ଓ ନକ ଆଉଟ ପର୍ଯ୍ୟାୟରେ ଏହି ମ୍ୟାଚ ସବୁ ଖେଳା ଯାଇଥିଲା । ମ୍ୟାଚ ପରେ ପରେ ଏନଟିପିସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.