ETV Bharat / state

ପ୍ରେମ ନିବେଦନକୁ ଅସ୍ବୀକାର, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ପୋଇପାଳ ଗାଁକୁ କାମ କରିବାକୁ ଆସିବାବେଳେ ଲକ୍ଷ୍ମଣ ସାହୁ ନାମକ ଜଣେ ବ୍ୟକ୍ତି ସବିତାଙ୍କୁ ପ୍ରେମ ନିବେଦନ କରିଥିଲା । ସେଥିରେ ସବିତା ରାଜି ନହେବାରୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଅଧିକ ପଢନ୍ତୁ...

author img

By

Published : May 25, 2020, 5:48 PM IST

ପ୍ରେମ ନିବେଦନକୁ ଅସ୍ବୀକାର, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ପ୍ରେମ ନିବେଦନକୁ ଅସ୍ବୀକାର, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଅନୁଗୋଳ: ବିବାହିତ ମହିଳାଙ୍କୁ କରୁଥିଲା ଏକତରଫା ପ୍ରେମ । ବାରମ୍ବାର ପ୍ରେମ ନିବେଦନ କରିବା ପରେ ହୋଇଥିଲା ବିଫଳ । ମହିଳାଙ୍କ ଅରାଜି ହେବାକୁ ସହଜରେ ଗ୍ରହଣ କରିପାରିନଥିଲା । ଆଉ ଶେଷରେ ଗାଁ ଦାଣ୍ଡରେ କରିଥିଲା ମହିଳାଙ୍କୁ ହତ୍ୟା ।

ଘଟଣାଟି ଘଟିଛି ଅନୁଗୋଳ କଣିହାଁ ଥାନା ପୁଇପାଳ ଗାଁରେ । ସୂଚନା ଅନୁସାରେ ଥାନାର କଣ୍ଟାପାଳ ଗାଁର ସବିତା ବେହେରା ପୋଇପାଳ ଗାଁକୁ କାମ କରିବାକୁ ଆସନ୍ତି । ଏହି ସମୟରେ ସେହି ଗାଁର ଲକ୍ଷ୍ମଣ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ ନିବେଦନ କରିଥିଲା । ସେଥିରେ ସବିତା ରାଜି ନହେବାରୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ।

ଟାଙ୍ଗିଆ ଚୋଟ ସବିତାଙ୍କ ମୁଣ୍ଡରେ ବାଜିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କଣିହାଁ ପୋଲିସ ଓ ପାଲଲହଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି କରିଛନ୍ତି । ସବିତାଙ୍କ ପୁଅ ରୁନା ବେହେରାଙ୍କ ଅଭିଯୋଗ ଅନୁଯାୟୀ ଲକ୍ଷ୍ମଣ ତାଙ୍କ ମାଆ ସବିତାଙ୍କୁ ପୂର୍ବରୁ ପ୍ରେମ ନିବେଦନ କରୁଥିଲେ । ସେ ଏଥିରେ ଅରାଜି ହେବାରୁ ଲକ୍ଷ୍ମଣ ଏଭଳି ହତ୍ୟାକାଣ୍ଡ କରିଥିବା ରୁନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.