ETV Bharat / state

ସାତକୋଶିଆରେ ବନ୍ଦ ହେବକି ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ! - ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ

ସାତକୋଶିଆରେ ବନ୍ଦ ହୋଇଯିବ କି ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ! ବାଘ ପାଇଁ ପ୍ରଯୁଜ୍ୟ ଆବାସସ୍ଥଳୀ ପ୍ରସ୍ତୁତ କରିବା ପରେ ସାତକୋଶିଆକୁ ଛଡାଯିବ ବାଘ । ବିଭାଗୀୟ ଅଧିକାରୀଙ୍କୁ ଏନଟିସିଏ ଶୁଣାଇଛି ଚରମବାଣୀ । ଅଧିକ ପଢନ୍ତୁ...

Will the International Tiger Transfer Project be shut down in Satkosia!
ସାତକୋଶିଆରେ ବନ୍ଦ ହୋଇଯିବ କି ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ !
author img

By

Published : Mar 16, 2021, 10:39 PM IST

ଅନୁଗୋଳ : ଦେଶର ପ୍ରଥମ ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ସାତକୋଶିଆର ବିଫଳ ହେବା ପରେ ଏବେ ନିଜର ଦୋଷ ଖୋଜୁଛି ବନ ବିଭାଗ। ଚୁକ୍ତି ଅନୁସାରେ ମଧ୍ୟପ୍ରଦେଶରୁ ଏଠାକୁ ୩ଯୋଡ଼ା ବାଘ ଛଡ଼ାଯିବା କଥା । କିନ୍ତୁ T1 (ବାଘ )ମୃତ୍ୟୁ ଏବଂ T2 (ବାଘୁଣୀ) ହରକତ ପରେ ଆଉ ବାଘ ଛାଡିବାକୁ ଏନଟିସିଏ ଇଚ୍ଛା ପ୍ରକାଶ କରୁ ନାହିଁ। ପୁଣି ଥରେ ବାଘ ପାଇଁ ପ୍ରଯୁଜ୍ୟ ଆବାସସ୍ଥଳୀ ପ୍ରସ୍ତୁତ କରିବା ପରେ ବାଘ ଛାଡିବା କଥା ଚିନ୍ତା କରାଯିବ ବୋଲି ଏନଟିସିଏ ଚରମବାଣୀ ଶୁଣାଇଛି। ଫଳରେ ବନ ବିଭାଗ ଏବେ କେଉଁଠି ଦୋଷ ରହିଥିଲା ତାହା ଖୋଜିବା ସହ ଗାଁ ଉଚ୍ଛେଦ କରି ଓ ପର୍ଯ୍ୟାପ୍ତ ଘାସ ପଡିଆ ପ୍ରସ୍ତୁତ କରି ବ୍ୟାଘ୍ର ପ୍ରକଳ୍ପ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରୁଛି।

ସାତକୋଶିଆରେ ବନ୍ଦ ହୋଇଯିବ କି ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ !

ବାଘଙ୍କ ବଂଶ ବୃଦ୍ଧି ପାଇଁ ସାତକୋଶିଆ ଉପଯୁକ୍ତ ସ୍ଥାନ । ଏହା ଅନୁଧ୍ୟାନ ପରେ NTCA ୩ ଯୋଡ଼ା ବାଘକୁ ସାତକୋଶିଆ ଅଭୟାରଣ୍ୟରେ ଛାଡି ସେମାନଙ୍କ ବଂଶ ବୃଦ୍ଧିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶ କାହ୍ନା ଏକ ବାଘ ଓ ବାନ୍ଧବଗଡ ଅଭୟାରଣ୍ୟ ରୁ ଏକ ବାଘୁଣୀ କୁ ଆଣି ଏଠାରେ ଛାଡିଥିଲ । ପ୍ରଥମେ ଶିକାରୀ ଫାଶରେ ପଡି ବାଘର ମୃତ୍ୟୁ ଓ ତା ପରେ ଦୁଇ ଦୁଇ ଥର ମଣିଷ ମାରି ଏବେ ଏନକ୍ଲୋଜର ବାଘୁଣୀ । ତା ପରଠାରୁ ଏହି ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଉପରେ ରୋକ ଲଗାଇଛି NTCA। ଯାହାର ବିଫଳତାକୁ ନେଇ ଏବେ ନାନା ପ୍ରଶ୍ନ ଛିଡା ହୋଇଛି । ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କ ଅପାରଗତା ଯୋଗୁ ଏତେବଡ଼ ପ୍ରକଳ୍ପ ଫେଲ ମାରିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲାର ବନ୍ୟଜନ୍ତୁ ପ୍ରେମୀ ।

ସ୍ଥାନୀୟ ଅଧିବାସୀ ଏବଂ ପରିବେଶ ପ୍ରେମୀଙ୍କ କହିବା କଥା ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ହେଲେ ସଫଳ ହୋଇ ପାରିଲା ନାହିଁ। ଏବେ ତୃଣମୂଳ ସ୍ତରରେ ସଜାଡ଼ି ବାକୁ ପୁଣି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତେଣୁ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସଠିକ ଭାବେ ସବୁକିଛି ସଜାଡ଼ିବା ପରେ କାହିଁକି ବାଘ ଆଣି ଛଡ଼ାଗଲା ନାହିଁ। ଯଥେଷ୍ଟ ପୂର୍ବରୁ ସତକୋଶିଆରେ ୨୨ଟି ବାଘ ଥିଲା। ସେତେବେଳେ ସୁରକ୍ଷା ଅଭାବରୁ ସେହି ବାଘଙ୍କ ବଂଶ ଲୋପ ପାଇଲା । ଏଥିରୁ ସ୍ପଷ୍ଟ ଜଣା ପଡୁଛି ସତକୋଶିଆରେ କେବକ ସୁରକ୍ଷା ଅଭାବରୁ ସବୁ ପ୍ରକଳ୍ପ ଫେଲ ମାରୁଛି। ବ୍ୟାଘ୍ର ପ୍ରକଳ୍ପ ମଧ୍ୟ ଆଉ ହବ କି ନାହିଁ ସନ୍ଦେହରେ। ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟରଙ୍କ କହିବା କଥା ଏବେ ପ୍ରକଳ୍ପ ଆଉ ହେବାକି ନାହିଁ ସବୁକିଛି ନିର୍ଭର କରୁଛି NTCA ଉପରେ। ତେଣୁ NTCA କହିବା ଅନୁସାରେ ସବୁ କିଛି କରାଯାଉଛି। ଆଗକୁ ଦେଖାଯିବ କଣ ହେଉଛି। କିନ୍ତୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ରହିଛି। ସାତକୋଶିଆରୁ ବାଘୁଣୀ ଫେରିଯିବା ଏକ ପ୍ରକାର ନିଶ୍ଚିତ। ଯଦି ଚୁକ୍ତି ଅନୁସାରେ ଯଦି ଆଉ ୨ଯୋଡ଼ା ବାଘ ଏଠାରେ ଛାଡିବା କଥା । ତେବେ ବାଘୁଣୀକୁ ଏଠାରୁ ଫେରାଇ ନିଆଯିବ କାହିଁକି। ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ବନ୍ଦ କରିବା ପାଇଁ ଏହା ଏକ ଯୋଜନା ନୁହେଁ ତ ?

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.