ETV Bharat / state

ଜନ୍ତୁ ଶିକାର କରି ଭୋଜି କରିବା ପଡିଲା ମହଙ୍ଗା, ତିନିଜଣଙ୍କୁ ବାନ୍ଧିଲା ବିଭାଗ - ବାରହା ଶିକାର ତିନି ଗିରଫ

ଛେଣ୍ଡିପଦା ବନାଞ୍ଚଳରେ ବାରହା ଶିକାର କରି ଭୋଜି କରୁଥିବାବେଳେ ତିନି ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

wildboar hunting and feast, 3 accused arrested in anugul
ଜନ୍ତୁ ଶିକାର କରି ଭୋଜି କରିବା ପଡିଲା ମହଙ୍ଗା, ତିନିଜଣଙ୍କୁ ବାନ୍ଧିଲା ବିଭାଗ
author img

By

Published : Sep 11, 2021, 9:49 PM IST

ଅନୁଗୋଳ: ଶିକାର କରି ଭୋଜି କରିବା ପଡିଲା ମହଙ୍ଗା , ତିନି ଜଣଙ୍କୁ ଗିରଫ କଲା ବନବିଭାଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଘଟିଛି ଏହି ଘଟଣା ।

ଜନ୍ତୁ ଶିକାର କରି ଭୋଜି କରିବା ପଡିଲା ମହଙ୍ଗା, ତିନିଜଣଙ୍କୁ ବାନ୍ଧିଲା ବିଭାଗ

ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ଗାଁରୁ ବନବିଭାଗ ରନ୍ଧା ଯାଉଥିବା ବାରହା ମାଂସ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦୁଶାସନ ଦେହୁରୀ ,ମଙ୍ଗୁଳୁ ମାଝି ,ଘାସିରାମ ସାହୁ। ଏମାନେ ପାଖ ଜଙ୍ଗଲରୁ ଏକ ବାରହା ଶିକାର କରି ଭୋଜି କରୁଥିଲେ। ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ କଣଲୋଇ ରୁଗୁଡିସାହିର ଦୁଶାସନ ଦେହୁରୀଙ୍କ ଘରେ ଚଢାଉ କରିଥିଲେ । ବନବିଭାଗ ଦୁଶାସନଙ୍କ ଘରୁ ରନ୍ଧା ବାରହା ମାଂସ ଜବତ କରିଥିବା ବେଳେ ବାରାହା ଶିକାର କରିଥିବା ନେଇ ସେମାନଙ୍କୁ ଗିରଫ କରିଛି।

ଏନେଇ ବନ ବିଭାଗ ଛେଣ୍ତିପଦା ବନ୍ୟଜନ୍ତୁ ଶିକାର ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଗିରଫ ୩ ଜଣ ଦୁଶାସନ ,ମଙ୍ଗୁଳୁ ଓ ଘାସିରାମଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.