ETV Bharat / state

ଅଭୟାରଣ୍ୟରେ ବିଜୁଳି ହେଉଛି ବିପଦ ! ବଢୁଛି ଜନ୍ତୁ ଶିକାର - ନ୍ୟଜନ୍ତୁଙ୍କ ପାଇଁ ବିପଦ ସାଜିଛି ବିଜୁଳି

ସାତକୋଶିଆ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସାଜିଛି ବିଜୁଳି । ହୁକ ପକାଇ ବେଧଡକ ଶିକାର କରୁଛନ୍ତି ଶିକାରୀ । କେବୁଲ ଜରିଆରେ ବିଦ୍ୟୁତ ଯୋଗାଣ ପାଇଁ ଦାବି ହେଉଥିବା ବେଳେ କେହି ଶୁଣୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଅଭୟାରଣ୍ୟରେ ବିଜୁଳି ହେଉଛି ବିପଦ! ବଢୁଛି ଜନ୍ତୁ ଶିକାର

author img

By

Published : Sep 14, 2022, 9:10 PM IST

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଏବେ ବନ୍ୟଜନ୍ତୁ ଶିକାରୀଙ୍କ ଚରା ଭୂଇଁ ପାଲଟିଛି । ବିଶେଷକରି ଅଭୟାରଣ୍ୟ ଭିତରେ ଥିବା ଗାଁଗୁଡିକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ତାର ଏହାର ପ୍ରମୁଖ କାରଣ ସାଜିଛି । ଶିକାରୀମାନେ ହୁକ ପକାଇ ଜନ୍ତୁ ଶିକାର କରୁଛନ୍ତି । ଅନେକ ସମୟରେ ହାତୀପଲ ଏହାର ଶିକାର ହେଉଛନ୍ତି । ଗତ ୫ ବର୍ଷ ମଧ୍ୟରେ ସାତକୋଶିଆରେ କେବଳ ବିଦ୍ୟୁତ ଆଘାତରେ ୧୦ରୁ ଅଧିକ ହାତୀଙ୍କ ଜୀବନ ଯାଇଛି । ସ୍ଥାନୀୟ ବାସିନ୍ଦା ଏବଂ ପରିବେଶବିତ୍‌ମାନେ କେବୁଲ ଜରିଆରେ ବିଦ୍ୟୁତ ଯୋଗାଣ କରିବାକୁ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଅଭୟାରଣ୍ୟରେ ବିଜୁଳି ହେଉଛି ବିପଦ! ବଢୁଛି ଜନ୍ତୁ ଶିକାର

ସାତକୋଶିଆ ଅଭୟାରଣ୍ୟରେ ବିଦ୍ୟୁତ ଜନ୍ତୁଙ୍କ ପାଇଁ ବିପଦ ସାଜିଛି । ଜଙ୍ଗଲ ଭିତରେ ବସବାସ କରୁଥିବା ଅଧିବାସୀଙ୍କ ସୁବିଧା ପାଇଁ ସରକାର ବିଦ୍ୟୁତ ସଂଯୋଗ କରୁଛନ୍ତି । ହେଲେ ଏହା କାହା ପାଇଁ ପୁଷ ମାସ ତ ଆଉ କାହାର ସର୍ବନାଶ ହେଉଛି । ଶିକାରୀମାନଙ୍କ ପାଇଁ ଶିକାର କରିବା ଅତି ସୁବିଧା ହୋଇଯାଇଛି । ଯେଉଁ କାରଣରୁ ବନ୍ୟଜନ୍ତୁଙ୍କ ଜୀବନ ସଙ୍କଟାପନ୍ନ ରହିଛି । ପ୍ରତିଦିନ କେଉଁଠି ନା କେଉଁଠି ଜନ୍ତୁ ଶିକାର ଚାଲିଛି । ବିଦ୍ୟୁତ ତାର ବିଛାଇ ଶିକାରୀ ମାନେ ବାର୍ହା, ହରିଣ, କୁଟୁରା ଭଳି ଜନ୍ତୁ ଶିକାର କରୁଛନ୍ତି । ଅନେକ ସମୟରେ ହାତୀ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ ହରାଉଛନ୍ତି । ବିଗତ ୫ ବର୍ଷ ଭିତରେ ବିଦ୍ୟୁତ ଆଘାତରେ ୧୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଛୋଟ ଛୋଟ ଜନ୍ତୁ କେତେ ଶିକାର ହେଉଛି ତାହାର କିଛି ହିସାବ ନାହିଁ । ବନ ବିଭାଗ କେବଳ କାଁ ଭାଁ ଜଣେ ଦୁଇ ଜଣଙ୍କୁ ଗିରଫ କରି ଦାୟିତ୍ବ ସାରି ଦେଉଛି ।

ଅଭୟାରଣ୍ୟ ଆଇନ ଅନୁସାରେ, ଖୋଲା ଖୋଲି ଭାବେ ବିଦ୍ୟୁତ ତାର ଟଣା ଯାଇପାରିବ ନାହିଁ । ଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଧାରିତ ଉଚ୍ଚତା ଥିବା ଖୁଣ୍ଟରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରାଯିବା କଥା । କିନ୍ତୁ କୌଣସି ସ୍ଥାନରେ ତାହା ଦେଖିବାକୁ ମିଳୁ ନାହିଁ । ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଯେଉଁଠି ବନ୍ୟଜନ୍ତୁ ଚଳପ୍ରଚଳ କରୁଛନ୍ତି ସେଭଳି ସ୍ଥାନରେ ଖୋଲା ତାରରେ ବିଦ୍ୟୁତ ସଂଯୋଗ ହୋଇଛି । ଯାହାକି ଶିକାରୀମାନଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ଗତ କିଛି ଦିନ ପୂର୍ବେ ଜଗନ୍ନାଥପୁର ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ ଆଘାତରେ ଆଖି ବୁଜିଥିଲା । ହାତୀ ସହିତ ପ୍ରାୟ ୫ଟି ବାର୍ହା ମରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କିଭଳି ଢଙ୍ଗରେ ଚାଲିଛି ଶିକାର । ବିଦ୍ୟୁତ ସଂଯୋଗକୁ କେବୁଲିଂ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ଗତ କିଛି ବର୍ଷ ପୂର୍ବେ ଏକ ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ କାମ୍ପା ଅନୁଦାନରେ କେବୁଲିଙ୍ଗ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଇଚ୍ଛାଶକ୍ତି ଅଭାବରୁ ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି ।

ଗତ ୧୯୭୬ ମସିହା ବେଳକୁ ଅଭୟାରଣ୍ୟ ଭିତରେ ୧୦୧ଟି ଗାଁ ଥିଲା । ସେତେବେଳେ ଅଧିକାଂଶ ଗାଁରେ ବିଦ୍ୟୁତ ସଂଯୋଗ ନଥିଲା । ଫଳରେ ଶିକାରୀମାନେ ଫାଶ ପକାଇ ହେଉ କିମ୍ବା ଦେଶୀ ଛେରା ବନ୍ଧୁକରେ ଶିକାର କରୁଥିଲେ । କିନ୍ତୁ ତାହା ଏତେ ସହଜ ନଥିଲା । କିନ୍ତୁ ଏବେ ପ୍ରାୟ ସବୁ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଛି । ଶିକାର କରିବା ସହଜ ହୋଇଯାଇଛି । ଅନ୍ୟପକ୍ଷରେ ଗତ ୨୦୧୮ ବିଜ୍ଞପ୍ତି ଅନୁସାରେ ସାତକୋଶିଆ ଅଭୟାରଣ୍ୟରୁ ୧୨୫ଟି ଗାଁକୁ କଟକଣାମୁକ୍ତ କରି ଦିଆଯାଇଛି । ଫଳରେ ଯେକେହି ବି ବିନା ବାଧାରେ ଯେକୌଣସି ଗାଁକୁ ଯାଇ ଆସିପାରୁଛି । ସେହି ସବୁ ଗାଁଗୁଡିକରେ ଶିକାରୀ ଧରାପଡିଲେ ମଧ୍ୟ ଅଭୟାରଣ୍ୟରେ ଜନ୍ତୁ ସୁରକ୍ଷା ଆଇନ ଲାଗୁ ହେଉନାହିଁ । ଫଳରେ ଖୁବ ସହଜରେ ଜାମିନ ମିଳି ଯାଉଛି । ତେଣୁ ଶିକାରୀମାନଙ୍କ ମଧ୍ୟରେ ଆଉ ଭୟ ରହୁ ନାହିଁ ।

ଏହାମଧ୍ୟ ପଢନ୍ତୁ: ମାଲକାନଗିରିରେ ଡରାଉଛି ଡେଙ୍ଗୁ, ଚିକିତ୍ସାଳୟରେ ଦେଖାଦେଲାଣି ବେଡ୍‌ ସଙ୍କଟ

ଜନ୍ତୁ ଶିକାରକୁ ରୋକିବାକୁ ହେଲେ କେବଳ କେବୁଲିଂ କରିବା ଏକ ମାତ୍ର ପଦକ୍ଷେପ । କିଛି ମାସ ହେଲା ବ୍ୟାପକ ଶିକାର ହେଉଥିବା ଜାଣି ପାରି ବନ ବିଭାଗ ଏଠାରେ ଥିବା ଗାଁଗୁଡିକରେ ସନ୍ଧ୍ୟା ହେଲେ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କାଟି ଦେଉଛନ୍ତି । ହଜାର ହଜାର ଲୋକ ଅନ୍ଧାରରେ ରହୁଛନ୍ତି । ଏନେଇ ସାତକୋଶିଆ ଫିଲ୍ଡ଼ ଡ଼ାଇରେକ୍ଟର ବିଦ୍ୟୁତ ଦ୍ବାରା ବ୍ୟାପକ ଶିକାର ହେଉଥିବା ସ୍ବୀକାର କରିବା ସହ କହିଛନ୍ତି ଯେ, ''ବିଦ୍ୟୁତ ବିଭାଗ ସହ ବାରମ୍ବାର ଆଲୋଚନା ଚାଲିଛି । କିଛି ଶିକାର ପ୍ରବଣ ଅଞ୍ଚଳରେ କେବୁଲିଙ୍ଗ କରିବାକୁ ଯୋଜନା କରାଯାଉଛି । ସେହି ଅଞ୍ଚଳରେ ଦୈନିକ ପେଟ୍ରୋଲିଂ କରାଯାଉଛି ।'' ତେଣୁ ସାତକୋଶିଆରେ ବ୍ୟାପକ ଜନ୍ତୁ ଶିକାର ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.