ETV Bharat / state

କଲବଲ କରୁଛି ତାତି: ଶୁଖିଲା ପଡିଛି ଜଳାଶୟ, ପାଣି ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ

author img

By

Published : Apr 18, 2023, 2:18 PM IST

ତତଲା କଡେଇରେ ଭାଜି ହେଉଛି ଅନୁଗୋଳ ଜିଲ୍ଲା । ଦିନ ୧୦ଟା ପରେ ଘରୁ ବାହାରିଲା ମୁସ୍କିଲ ହେଉଛି । ପ୍ରଚଣ୍ଡ ରୌଦ୍ରତାପରେ କେବଳ ମଣିଷ ନୁହଁନ୍ତି ବନ୍ୟଜନ୍ତୁ ବି ତ୍ରାହି ତ୍ରାହି ଡାକୁଛନ୍ତି । ଖରାରେ ସାତକୋଶିଆ ଜଙ୍ଗଲ ଭିତରେ ଥିବା ଜଳାଶୟଗୁଡିକ ଶୁଖି ଯାଇଥିବାରୁ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଅଧିକ ପଢନ୍ତୁ

ପାଣି ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ
ପାଣି ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ
ପାଣି ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ

ଅନୁଗୋଳ: ପ୍ରଚଣ୍ଡ ରୌଦ୍ରତାପରେ ଅସ୍ତବ୍ୟସ୍ତ ଜନଜୀବନ । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନରେ ତ୍ରାହି ତ୍ରାହି ଡାକୁଛନ୍ତି ମଣିଷ । ଗତ କିଛି ଦିନ ହେଲା ଅନୁଗୋଳ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବାରୁ ମୁଣ୍ଡ ଫଟା ଖରା ହେଉଛି । ଦିନ ୧୦ଟା ପରେ ଘରୁ ବାହାରବା ସମ୍ଭବପର ହେଉନାହିଁ । ସେହିପରି ଖରାରେ ଚାରିଆଡେ ଜଳାଶୟ ଶୁଖି ଗଲାଣି । ତେବେ ଏହାଯୋଗୁଁ କେବଳ ମଣିଷ କାହିଁକି ଜଙ୍ଗଲରେ ବନ୍ୟଜନ୍ତୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ବିଶେଷକରି ସାତକୋଶିଆରେ ପରିସ୍ଥିତି ଜଟିଳ ହୋଇପଡିଛି । ଅଧିକାଂଶ ନାଳ ଓ ଜଳାଶୟ ଶୁଖି ଯାଇଥିବାରୁ ବନ୍ୟଜନ୍ତୁ ପାଣି ପାଇଁ ଗାଁ ମୁହାଁ ହେଉଛନ୍ତି । ଆଗକୁ ଆହୁରି ଖରା ହେବ ଆଶଙ୍କା ରହିଛି । ତେଣୁ ଏବେଠାରୁ ପ୍ରତିକାର ବ୍ୟବସ୍ଥା କରାନଗଲେ ପରିସ୍ଥିତି ଭୟଙ୍କର ହୋଇପଡିବ ବୋଲି ଆଶଙ୍କା କରିଛନ୍ତି ପରିବେଶବିତ ।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ନାଳ, ପୋଖରୀ ଓ ଜଳାଶୟ ସବୁ ଶୁଖିଲା ପଡିଛି । ସାତକୋଶିଆରେ ଅଭୟାରଣ୍ୟ ଭିତରେ ଥିବା ନାଳ ଗୁଡିକରେ ପାଣି ନାହିଁ । ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କ ପାଇଁ ଖୋଳା ଯାଇଥିବା ପୋଖରୀ ଗୁଡିକ ଶୁଖି ଗଲାଣି । ତେଣୁ ପିଇବା ପାଣି ପାଇଁ ବନ୍ୟଜନ୍ତୁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । ଧୁ ଧୁ ଖରାରେ ଜନ୍ତୁମାନେ ଏଠାରୁ ସେଠାକୁ ଦୌଡୁଛନ୍ତି । ନିକଟସ୍ଥ ଗାଁଗୁଡିକୁ ପାଣି ପାଇଁ ବିକଳରେ ମାଡି ଆସୁଛନ୍ତି । ହାତୀପଲ ଗାଁ ଗୁଡିକରେ ପାଣି ଥିବା ପୋଖରୀକୁ ପାଣି ପିଇବା ପାଇଁ ଓ ଜଳକ୍ରୀଡା ପାଇଁ ଆସି ଯାଇଛନ୍ତି । ଗତ କିଛି ଦିନ ପୂର୍ବେ ଏକ ଜଙ୍ଗଲ ନିକଟବର୍ତ୍ତୀ ଗାଁକୁ ବିଲୁଆଟିଏ ପାଣି ପିଇବାକୁ ଆସି କୂଅ ଭିତରେ ପଡି ଯାଇଥିଲା । ଏମିତି ଅନେକ ଘଟଣା ଘଟୁଛି । ଏବେଠାରୁ ଏମିତି ସ୍ଥିତି ହେଲାଣି । ଆଗକୁ ଆହୁରି ଅଧିକ ଖରା ଅଛି । ତେଣୁ ସେତେବେଳେ ବନ୍ୟଜନ୍ତୁଙ୍କ ଅବସ୍ଥା କଣ ହେବ ତାହା ସ୍ପଷ୍ଟ ଅନୁମେୟ ।

ସାତକୋଶିଆ ଜଙ୍ଗଲ ଭିତରେ ଯୁଆଡେ ଚାହିଁଲେ ଖାଲି ଶୁଖିଲା ପତ୍ର ଓ ବନାଗ୍ନି ଯୋଗୁଁ ଅଧାପୋଡା ଗଛ ଦେଖିବାକୁ ମିଳୁଛି । ଉପରୁ ଅଗ୍ନି ବର୍ଷା ଓ ତଳେ ଶୁଖିଲା ଗଛପତ୍ର, କଳା ପାଉଁଶ । କେଉଁଠି ବି ପାଣି ଟୋପାଏ ନାହିଁ । ଏଭଳି ପରିସ୍ଥିତିରେ ବନ୍ୟଜନ୍ତୁ ଯେଉଁଭଳି ଭାବେ ପାଣି ପାଇଁ ଗାଁ ଆଡକୁ ଆସୁଛନ୍ତି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଶିକାରୀମାନେ ଶିକାର କରିବାକୁ ଚାହିଁ ବସିଛନ୍ତି । ଅନେକ ଗାଁରେ ଜନ୍ତୁ ଶିକାର ହେଉଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରୁ ନାହିଁ। ବନ ବିଭାଗ ମଧ୍ୟ ଏହାର ଟେର୍ ପାଉନି । ତେଣୁ ବର୍ତମାନ ସ୍ଥିତିରେ ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା ଜରୁରି ହୋଇ ପଡିଛି ।

ସାତକୋଶିଆ ଡିଏଫଓ କହିଛନ୍ତି, ବର୍ତ୍ତମାନ ସମୟରେ ନିୟମିତ ଭାବେ ବିଭିନ୍ନ ଜଳାଶୟଗୁଡିକର ସ୍ଥିତି ଦେଖାଯାଉଛି । ଯେଉଁଠି ପାଣିର ଘୋର ଅସୁବିଧା ରହିଛି ସେଠାରେ ଟ୍ୟାଙ୍କର ଯୋଗେ ପାଣି ନେଇ ଜଳାଶୟ ଗୁଡ଼ିକରେ ଭର୍ତ୍ତି କରାଯାଉଛି । ଏଭଳି ସ୍ଥିତିକୁ ଗୁରୁତର ସହ ନିଆଯାଉଥିବା ସୂଚନା ଦେଇଛନ୍ତି ।ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ସମୟରେ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । ନଚେତ ଆଗାମୀ ଦିନରେ ପାଣି ବିନା ବହୁ ବନ୍ୟଜନ୍ତୁ ମୃତ୍ୟୁବରଣ କରିବାର ଆଶଙ୍କା ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.