ETV Bharat / state

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ତ୍ରୀକୁ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଛି ନୃଶଂସ ସ୍ବାମୀ । ଏଭଳି ଲୋମ ଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ । ଅଧିକ ପଢନ୍ତୁ...

author img

By

Published : Jun 4, 2021, 8:41 PM IST

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଅନୁଗୋଳ: ସ୍ବାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ତ୍ରୀକୁ ହାଣି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି ନୃସଂଶ ସ୍ବାମୀ। ଏଭଳି ଲୋମ ଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ ।

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସୂଚନା ଅନୁସାରେ, ଶୁକ୍ରବାର ତାଳଚେର ବଙ୍ଗାଲିତଇଲା ଗାଁରେ ଜୀବନ ବେହେରାଙ୍କ ସହ ତାଙ୍କ ସ୍ତ୍ରୀ ହୀନ ବେହେରାଙ୍କ ପାରିବାରିକ ସମସ୍ୟାକୁ ନେଇ ଝଗଡା ହୋଇଥିଲା । ଝଗଡା ବେଳେ ଉତକ୍ଷିପ୍ତ ହୋଇ ଜୀବନ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଉପରେ ଚୋଟ ପକାଇଥିଲେ ।

ଯେଉଁଥିରେ ସ୍ତ୍ରୀର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ହୀନଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ହତ୍ୟାକାରୀ ଜୀବନକୁ ପୋଲିସ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.