ETV Bharat / state

ବିଧବାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

author img

By

Published : Sep 21, 2019, 12:04 PM IST

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଘରେ ସାମ୍ନାରେ ବସିଥିବାବେଳେ ହତ୍ୟା କରିଛି ହତ୍ୟାକାରୀ । ମୁଣ୍ଡ ଓ ବେକକୁ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ମହିଳାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାଲଲହଡା ଥାନା ବତିସୁଆଁ ପଂଚାୟତ ସୋଲଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳା ଜଣଙ୍କ ନିଜ ଘର ସମ୍ମୁଖରେ ବସିଥିବାବେଳେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ପୋଲିସ ସୂଚନା ମୁତାବକ ସୋଲଡା ଗ୍ରାମର ଗୁବେଇ କୁଂକାଲଙ୍କୁ ସୁକୁଦାର ସୋରେନ ଟାଙ୍ଗିଆରେ ହାଣି ହତ୍ୟା କରିଛି । ସୁକୁଦାର ମହିଳାଙ୍କର ବେକ ଓ ମୁଣ୍ଡକୁ ନିର୍ମମ ଭାବେ ହାଣିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟା ପରେ ମୃତଦେହକୁ ଗାତ ଖୋଳି ପୋତିଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । କିନ୍ତୁ ବିଫଳ ହେବା ପରେ ଫେରାର ହୋଇଯାଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନ୍ୟପଟେ ହତ୍ୟାକାରୀ ସୁକୁଦାର ଗାଁ ପାଖ ଜଙ୍ଗଲରେ ଲୁଚିଥିବା ଖବର ପାଇ ପାଲଲହଡ଼ା ପୋଲିସ ଗ୍ରାମର ଯୁବକଙ୍କ ସହାୟତାରେ ତାଙ୍କୁ ଗିରଫ କରିଛି । ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଛି ପୋଲିସ । ଏହାସହ ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପାଲଲହଡ଼ା ପୋଲିସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲା ପIଲଲହଡା ଥାନା ବତିସୁଆଁ ପଂଚାୟତ ସୋଲଡା ଗାଁ ର ଜଣେ ବିଧବା ମହିଳା ଗୁବେଇ କୁଂକାଲ ଙ୍କୁ ସେହି ଗାଁ ର ସୁକୁଦାର ସୋରେନ ଏକ ଟାଙ୍ଗିଆ ରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି ।, Body:
ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁଯାୟୀ ଗୁବେଇ ସନ୍ଧ୍ୟା ରେ ନିଜ ଘର ସମୁଖ ରେ ବସିଥିବା ବେଳେ ସୁକୁଦIର ତାକୁ ଆକ୍ରମଣ କରିଥିଲା। ଏକ ଟାଙ୍ଗିଆ ରେ ବେକ ଓ ମୁଣ୍ଡରେ ହାଣି ଅତି ନିର୍ମମ ଭାବେ ହତ୍ୟା କରି ଗାତ ଖୋଲି ଶବକୁ ପୋତି ଦେବାକୁ ଉଦ୍ୟମ କରି ବିଫଳ ହେବାପରେ ଘାଟଣ ସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ହତ୍ୟାକାଂଣ୍ଡ ର ପ୍ରକୃତ କାରଣ ଜଣାପଡିନଥିବା ପୋଲିସ କହିଛି I ଅନ୍ୟପଟେ ହତ୍ୟାକାଣ୍ଡ ପରେ ସୁକୁଦIର ଗାଁ ପାଖ ଜଙ୍ଗଲ ରେ ଲୁଚିଥିବାବେଳେ ପାଳଲହଡା ପୋଲିସ କିଛି ସ୍ଥାନୀୟ ଯୁବକ ଙ୍କ ସହଯୋଗ ରେ ଅଭିଯୁକ୍ତ ସୁକୁଦIର କୁ ବାଲିମ ଗାଁ ନିକଟରୁ ଗିରଫ କରିଛି। ହତ୍ୟାରେ ବ୍ୟବହାର ଟାଙ୍ଗିଆ କୁ ଜବତ କରିଛି I Conclusion:ଅଧିକ ତଦନ୍ତ ପରେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣାପଡିବବୋଲି ପୋଲିସ କହିଛି I
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.