ETV Bharat / state

ପାଇପ କାମ ବେଳେ ଭୁଶୁଡିଲା କାନ୍ଥ, 2 ଶ୍ରମିକ ମୃତ - ଚାପି ହୋଇ ଜୀବନ ହାରିଛନ୍ତି ଦୁଇ ଶ୍ରମିକ

ଅନୁଗୋଳ ବଅଁରପାଳ ହାଟ ନିକଟରେ ଦୁଃଖଦ ଘଟଣା । ପାଇପ କାମ କରୁଥିବା ବେଳେ କାନ୍ଥ ଭୁଶୁଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Oct 19, 2019, 7:50 PM IST

ଅନୁଗୋଳ: କାନ୍ଥ ଭୁଶୁଡି ପଡିବାରୁ ଚାଲିଗଲା ଦୁଇ ଜୀବନ। ପାଇପ କାମ କରୁଥିବା ବେଳେ କାନ୍ଥ ତଳେ ଚାପି ହୋଇ ଜୀବନ ହାରିଛନ୍ତି ଦୁଇ ଶ୍ରମିକ । ଘଟଣା ଘଟିଛି ଜିଲ୍ଲାର ବଅଁରପାଳ ହାଟ ନିକଟରେ। ଘରେ ପାଇପ କାମ କରୁଥିବା ବେଳେ ପାଚେରୀ କାନ୍ଥ ଭୁଶୁଡି ପଡିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ମୃତକ ମାନେ ହେଲେ ବୁଢ଼ାପଙ୍କ ଗାଁର ଦିପୁ ପରିଡା ଓ ଗୋବିନ୍ଦପୁର ଗାଁର ତପନ ନାଏକ । ସ୍ଥାନୀୟ ବାସିନ୍ଦା ଗୋପି ସାହୁ ନିଜ ଘରେ ପାଇପ କାମ କରିବାକୁ ଶ୍ରମିକ ମାନଙ୍କୁ ନିୟୋଜିତ କରିଥିଲେ । କାନ୍ଥ ଖୋଲି ପାଇପ ବସେଇବାବେଳେ ହଠାତ କାନ୍ଥ ଭୁଶୁଡି ପଡିଥିଲା। ଫଳରେ ଦୁଇ ଶ୍ରମିକ ଚାପି ହୋଇ ଯାଇଥିଲେ।

ଦମକଳ ବାହିନୀ ଓ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କାନ୍ତ ମାଡି ବସିବାରୁ ଚାଲିଗଲା ଦୁଇ ଜୀବନ । ପାଇପ କାମ କରୁଥିବା ବେଳେ ଚାପି ହୋଇ ଜୀବନ ହାରିଲେ ଦୁଇ ଶ୍ରମିକ ।Body:ଅନୁଗୋଳ ଜିଲ୍ଲାର ବଅଁରପାଳ ହାଟ ନିକଟରେ ଘଟିଛି ଏକ ଦୁଃଖଦ ଘଟଣା। ଘରେ ପାଇପ କାମ କରୁଥିବା ବେଳେ ପାଚେରୀ କାଁଥ ମାଡି ବସିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୁତକ ମନେ ବୁଢ଼ାପଙ୍କ ଗାଁର ଦିପୁ ପରିଡା ଓ ଗୋବିନ୍ଦପୁର ଗାଁର ତପନ ନାଏକ। ସ୍ଥାନୀୟ ବାସିନ୍ଦା ଗୋପି ସାହୁ ନିଜ ଘରେ ପାଇପ କାମ କରିବାକୁ ଶ୍ରମିକ ମାନଙ୍କୁ ନିୟୋଜିତ କରିଥିଲେ। କାଁଥ ଖୋଲି ପାଇପ ବସା ଯାଉଥିବା ବେଳେ ହଠାତ କାଁଥ ମାଡ଼ି ବସି ଥିଲା। ଫଳରେ ଦୁଇ ଶ୍ରମିକ ଚାପି ହୋଇ ଯାଇଥିଲେ। Conclusion:ଦମକଳ ବାହିନୀ ଓ ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ଜୀବନ ଚାଲି ଯାଇଥିଲା। ଏ ବାବଦରେ ପୋଲିସ ତଦନ୍ତ କରୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.