ଅନୁଗୋଳ: ଢେଙ୍କାନାଳ ଅଳସୁଆ ହାଟରେ କାନ୍ଥ ଭୁଶୁଡ଼ି 4 ମୃତ । ମୃତକଙ୍କ ମଧ୍ୟରେ କିଛି ବ୍ୟବସାୟୀ ଓ କିଛି ସାଧାରଣ ଲୋକ ରହିଥିବା ସୂଚନା ମିଳିଛି । ତେବେ ମୃତକମାନଙ୍କ ପରିଚୟ ମିଳିନାହିଁ ।
ମିଳିଥିବା ସୂତନା ମୁତାବକ ଢେଙ୍କାନାଳ କାଲଟାକ୍ସ ନିକଟସ୍ଥ ସାପ୍ତାହିକ ଅଳସୁଆ ହାଟରେ ଆଜି ସକାଳ ଏହି ଦୁର୍ଘଟଣା ଘଟିଛି । କିଛି ବ୍ୟବସାୟୀ ପରିତ୍ୟକ୍ତ କାନ୍ଥ ନିକଟରେ ବସି ପରିବା ବିକ୍ରୀ କରୁଥିଲେ । ତେବେ ହଠାତ ଉକ୍ତ ପରିତ୍ୟକ୍ତ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା । ଫଳରେ କାନ୍ଥରେ ଚାପି ହୋଇ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି ।
ସେପଟେ, ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାକୁ ପଠାଯାଇଛି । ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ