ETV Bharat / state

ନିଯୁକ୍ତି ଓ ଥଇଥାନ ଦାବି ନେଇ କ୍ଷତିଗ୍ରସ୍ତଙ୍କ ସହ ଢେଙ୍କାନାଳ ସାଂସଦଙ୍କ ଧାରଣା - ନାଲକୋରେ ନିଯୁକ୍ତି ଓ ଥଇଥାନ ଦାବୀ ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ

ନାଲକୋରେ ନିଯୁକ୍ତି ଓ ଥଇଥାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ । କଂପାନୀର ମନମାନିକୁ ବିରୋଧ କରି ସାଂସଦଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

villagers protest in front of nalco gate
ନିଯୁକ୍ତି ଓ ଥଇଥାନ ଦାବୀ ନେଇ ଢେଙ୍କାନାଳ ସାଂସଦଙ୍କ ଧାରଣା
author img

By

Published : Jul 11, 2022, 5:31 PM IST

ଅନୁଗୋଳ: ଜନସାଧାରଣଙ୍କ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ସାଂସଦ । ରାଷ୍ଟ୍ରାୟତ କମ୍ପାନୀ କ୍ଷତିଗ୍ରସ୍ତ ପାଇଁ ପ୍ଲାଣ୍ଟ ଆଗରେ ଧାରଣା ଦେଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ନାଲକୋର ମନମାନିକୁ ବିରୋଧ କରି ସାଂସଦଙ୍କ ନେତୃତ୍ବରେ ଶତାଧିକ କ୍ଷତିଗ୍ରସ୍ତ ଲୋକ ପ୍ରତିବାଦ କରିଥିଲେ ।

ନିଯୁକ୍ତି ଓ ଥଇଥାନ ଦାବି ନେଇ କ୍ଷତିଗ୍ରସ୍ତଙ୍କ ସହ ଢେଙ୍କାନାଳ ସାଂସଦଙ୍କ ଧାରଣା

ଅନୁଗୋଳ ସ୍ଥିତ ନାଲକୋ ପାରିପାର୍ଶ୍ବିକ ଅଞ୍ଚଳର ପ୍ରାୟ ୩୯ଟି ଗ୍ରାମର ଲୋକେ ବିଭିନ୍ନ ଦାବୀ ନେଇ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ କାରଖାନା ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ । ଫଳରେ ୪ଘଣ୍ଟା ପାଇଁ କାରଖାନା ଫାଟକରେ ଯାତାୟାତ ପ୍ରଭାବିତ ହୋଇଥିଲା । ବର୍ଷ ବର୍ଷ ଧରି କ୍ଷତିଗ୍ରସ୍ତ ଲୋକେ ନିଯୁକ୍ତି ଓ ଥଇଥାନ ପାଇଁ ଦାବୀ କରି ଆସୁଛନ୍ତି । ବହୁବାର ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ତଥା ଧାରଣାରେ ମଧ୍ୟ ବସିଛନ୍ତି । କିନ୍ତୁ ନାଲକୋ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଏହାଛଡା ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି । ତେଣୁ ଏହାର ପ୍ରତିବାଦ କରି ଆଜି(ସୋମବାର)ଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଅନ୍ୟପଟେ ପାନୀୟ ଜଳ ବ୍ୟତୀତ ନାଲକୋକୁ ଆଉ କୌଣସି ଜିନିଷ ପଠାଯିବ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଧାରଣାରେ ପୂର୍ବତନ ଗ୍ରାମ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.