ଅନୁଗୋଳ: ଜିଲ୍ଲାରେ କାମ କରୁନି କୌଣସି କୋଭିଡ କଟକଣା। ସବୁ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ଲୋକେ। ପ୍ରଶାସନର ସବୁ ତାଗିଦ ପରେ ବି ବୋଲ ମାନୁନାହାନ୍ତି ଅମାନିଆ। ଜିଲ୍ଲାରେ ଦୈନିକ ହେଉଛନ୍ତି ଚିହ୍ନଟ 500ରୁ ଅଧିକ ସଂକ୍ରମିତ। ଯାହାକୁ ନଜରରେ ରଖି ଅନୁଗୋଳର ଦୈନିକ ପରିବା ବଜାରକୁ ଅସ୍ଥାୟୀ ଭାବେ ଉଠାଇ ଅନୁଗୋଳ ଷ୍ଟାଡିୟମ ନିଆଯାଇଛି। ସେଠାରେ ଅଧିକ ଭିଡ଼ ହେଉଥିବାରୁ ଭିଡ଼କୁ କମାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
ହେଲେ ସେଠାରେ ଆଜି ମଧ୍ୟ ଅଧିକ ଭିଡ ଦେଖୁବାକୁ ମିଳିଛି। ଲୋକେ ସମାଜିକ ଦୂରତା ମାନୁନଥିବା ବେଳେ କେତେକ ବେପାରୀ ମାକ୍ସ ପିନ୍ଧୁନଥିବା ମଧ୍ୟ ନଜରକୁ ଆସିଛି। ଯାହାକୁ ନେଇ ଅନୁଗୋଳର ସଚେତନତା ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଯଦି କଟକଣା ପାଇଁ ମାର୍କେଟକୁ ଉଠାଇ ବାହାରକୁ ଅଣାଗଲା ତେବେ ସେଠାରେ କିଭଳି ସମସ୍ତେ କୋଭିଡ କଟକଣା ମାନିବେ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିବା ଲୋକେ କହିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ