ETV Bharat / state

କୋଭିଡ ଟିକାକରଣକୁ ବିଜେପିର ବିରୋଧ, ଚିରିଲେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର

କୋରୋନା ଟିକାକରଣକୁ ନେଇ ତେଜିଲା ରାଜନୀତି । ଅନୁଗୋଳରେ ଟିକାକରଣ କେନ୍ଦ୍ରରେ ମୁଖ୍ୟନ୍ତ୍ରୀଙ୍କ ପୋଷ୍ଟରକୁ ଚିରିଲେ ବିଜେପି କର୍ମୀ । ଅଧିକ ପଢନ୍ତୁ...

vaccination politics cm Naveen Pattnaiks posters tearing by bjp members in anugul
କୋଭିଡ ଟୀକାକରଣକୁ ବିଜେପିର ବିରୋଧ, ଚିରିଲେ ନବୀନଙ୍କ ପୋଷ୍ଟର
author img

By

Published : Jun 21, 2021, 5:49 PM IST

ଅନୁଗୋଳ: କୋଭିଡ ଟିକାକରଣକୁ ବିଜେପିର ବିରୋଧ। ଲଗାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଷ୍ଟରକୁ ଚିରିଲେ ବିଜେପି କର୍ମୀ । ଅନୁଗୋଳ ଜିଲ୍ଲାରେ ଚାଲିଥିବା କୋଭିଡ ଟୀକାକରଣକୁ ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରାଯାଇଛି ।

କୋଭିଡ ଟୀକାକରଣକୁ ବିଜେପିର ବିରୋଧ, ଚିରିଲେ ନବୀନଙ୍କ ପୋଷ୍ଟର

ଜିଲ୍ଲାର ଷ୍ଟାଡିୟମ ପଡ଼ିଆରେ ଗତ 15 ଦିନରୁ ଅଧିକ ହେବ ଚାଲିଛି ମେଗା ଟିକାକରଣ କ୍ୟାମ୍ପ । ଯେଉଁଠାରେ ଦୈନିକ ଏକ ହଜାରରୁ ଅଧିକ ଲୋକ ଟିକା ନେଉଛନ୍ତି। ଯାହାକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ସେଠାରେ ପ୍ରତିବାଦ କରାଯିବା ସହ ସେଠାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ଚିରି ଦେଇଛନ୍ତି ବିଜେପି କର୍ମୀ । ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଧାନଙ୍କ ନେତୃତ୍ବରେ ଏହି ପ୍ରତିବାଦ କରିବା ସହ ଟିକା କ୍ୟାମ୍ପରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯାଇଛି, ତାକୁ ନେଇ ପ୍ରତିବାଦ କରିଛନ୍ତି ।

ଖାଲି ସେତିକି ନୁହେଁ, କେତେକ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ମଧ୍ୟ ଚିରି ଦେଇଛନ୍ତି । ଯାହାକୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲେ ମଧ୍ୟ ଏହାକୁ କେହି ମାନି ନଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.