ETV Bharat / state

ULB Polls: ମତଦାନ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର

author img

By

Published : Mar 24, 2022, 12:13 PM IST

ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ ପୌର ନିର୍ବାଚନ । ଏହି ଅସରରେ ଅନୁଗୋଳ ତାଳଚେର ପୌରାଞ୍ଚଳରେ ଭୋଟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ । ଅଧିକ ପଢନ୍ତୁ

ULB Polls: ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର

ଅନୁଗୋଳ: ଆଜି(ଗୁରୁବାର) ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏହି ଅବସରରେ ସାଧାରଣ ଜନତାଙ୍କ ସହ ନେତା ରାଜନେତା ମଧ୍ୟ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି । ଏହାରି ମଧ୍ୟରେ ଅନୁଗୋଳ ଜିଲ୍ଲାର ତାଳଚେର ପୌର ଅଞ୍ଚଳରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦଳା ଠାକୁର ।

ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର

ମୃଦଳା ତାଳଚେର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ନିଜର ମତଦାନ କରିଛନ୍ତି । ୧୮ନମ୍ବର ୱାର୍ଡର ଦେଉଳବେଡା ସ୍କୁଲରେ ହୋଇଥିବା ୨୫ ନମ୍ବର ବୁଥରେ ସେ ଭୋଟ ଦେଇଛନ୍ତି । ସକାଳ ୧୧ଟା ସମୟରେ ସେ ଆସି ଭୋଟ ଦେଇଛନ୍ତି । ବିକାଶର ଧାରା ବଜାୟ ରଖିବାକୁ ଭଲ ପ୍ରାର୍ଥୀ ଦେଖି ଭୋଟ ଦେବାକୁ ସମସ୍ତ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା ଏଥର ତାଳଚେର ପୌରାଞ୍ଚଳର ଅଧ୍ୟକ୍ଷ ଏବଂ ସମସ୍ତ କାଉନସିଲର ପ୍ରାର୍ଥୀ ମାନେ ବିଜୟୀ ହେବେ ବୋଲି ସେ କହିଛନ୍ତି ।

ଏହା ସହ ବିଜେପି ପୌର ପରିଷଦ ଗଠନ କରିବ ବୋଲି ସେ ଆଶା ରଖିଥିବା କହିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉତ୍ତର ପ୍ରଦେଶର ଏକ ଗୁରୁତ୍ବପୂର୍ଣ୍ଣ କାମରେ ଥିବାରୁ ଏଠାକୁ ଆସି ପାରି ନାହାନ୍ତି । କିନ୍ତୁ ତାଙ୍କର ସବୁ ପ୍ରକାର ସଦ୍‌ ଇଚ୍ଛା ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.