ETV Bharat / state

କୋଭିଡ ହସ୍ପିଟାଲ ବୁଲି ସ୍ଥିତି ପରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ଅନୁଗୋଳ କୋଭିଡ ହସ୍ପିଟାଲ ବୁଲିଲେ ଧର୍ମେନ୍ଦ୍ର

ଅନୁଗୋଳରେ କୋଭିଡ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ଭିତ୍ତି ଭୂମିର ତଦାରଖ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲ ବୁଲି ସ୍ଥିତି ପରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jun 2, 2021, 9:48 AM IST

ଅନୁଗୋଳ: ଜିଲ୍ଲାରେ କୋଭିଡ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ଭିତ୍ତି ଭୂମିର ତଦାରଖ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଲି ଦେଖିଛନ୍ତି ନିଜ ଜିଲ୍ଲାରେ ଥିବା ଦୁଇଟି କୋଭିଡ ହସ୍ପିଟାଲ ।

କୋଭିଡ ହସ୍ପିଟାଲ ବୁଲି ସ୍ଥିତି ପରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଜିଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଜିଲାରେ ଥିବା ଦୁଇଟି କୋଭିଡ ହସ୍ପିଟାଲର ସ୍ଥିତି ପରଖିଛନ୍ତି । ଜିଲ୍ଲାର ତାଳଚେର ଠାରେ ଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଯାଇ ସେଠାରେ କିଭଳି ରୋଗୀ ସେବା ଯୋଗା ଯାଉଛି ତାର ସମୀକ୍ଷା କରିବା ସହ ଡାକ୍ତର ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ପରେ ଜିଲ୍ଲାର ଅନ୍ୟତମ କୋଭିଡ ହସ୍ପିଟାଲ ଯାହାକି ବଳରାମ ପ୍ରସାଦ ଠାରେ ESI ହସ୍ପିଟାଲକୁ କରାଯାଇଛି ତାହା ର ସ୍ଥିତି ଅନ୍ୟଧ୍ୟାନ କରିଥିଲେ ମନ୍ତ୍ରୀ । ସେ ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ସହ ଅକ୍ସିଜେନ ପାଇଁ କଣ ସବୁ ବ୍ୟବସ୍ଥା ରହିଛି ଓ ରୋଗୀଙ୍କୁ ତାହା ଠିକରେ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ଧର୍ମେନ୍ଦ୍ର ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ ଉଭୟ ତାଳଚେର ଓ ଅନୁଗୋଳ ଉପଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.